The Ultimate Managed Hosting Platform
ADVERTISEMENT

ଟ୍ରେନ ଧକ୍କାରେ ୮ ହାତୀ ମୃତ

Facebook
Twitter
LinkedIn

ଆସାମ : ଆସାମରେ ରାଜଧାନୀ ଏକ୍ସପ୍ରେସ ଧକ୍କାରେ ୮ ହାତୀ ମୃତ । ହୋଜାଇ ଜିଲ୍ଲାରେ ଧକ୍କା ଦେଲା ସାଇରଙ୍ଗ-ନୂଆଦିଲ୍ଲୀ ଏକ୍ସପ୍ରେସ । ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି । ଗୋଟିଏ ହାତୀ ଶାବକ ଆହତ ହୋଇଥିବା ସୂଚନା । ହାତୀପଲ ରେଲବ୍ୱେ ଟ୍ରାକ ପାର ହେଉଥିବା ବେଳେ ଧକ୍କା ଦେଲା । ୫ ବଗି ଓ ଇଞ୍ଜିନ ଲାଇନଚ୍ୟୁତ । କେହି ଯାତ୍ରୀ ମୃତାହତ ହୋଇ ନାହାନ୍ତି । ରେଳବାଇର ଜଣେ ମୁଖପାତ୍ର କହିଛନ୍ତି ଯେ, ୫ଟି କୋଚ୍ ଏବଂ ଟ୍ରେନର ଇଞ୍ଜିନ୍ ଲାଇନଚ୍ୟୁତ ହୋଇଛି, କିନ୍ତୁ କୌଣସି ଯାତ୍ରୀ ଆହତ ହୋଇନାହାଁନ୍ତି । ଦିଲ୍ଲୀ ଅଭିମୁଖେ ଯାଉଥିବା ଟ୍ରେନଟି ପ୍ରାୟ ୨ଟା ୧୭ମିନିଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ମୁଖପାତ୍ର କହିଛନ୍ତି । ଯାହା ଫଳରେ ଟ୍ରେନ୍ ଚଳାଚଳରେ ବାଧାପ୍ରାପ୍ତ ହୋଇଛି । ନାଗାଓଁ ଡିଭିଜନାଲ ଫରେଷ୍ଟ ଅଫିସର ସୁହାସ କଦମ କହିଛନ୍ତି ଯେ, ହୋଜାଇ ଜିଲ୍ଲାର ଚାଙ୍ଗଜୁରାଇ ଅଞ୍ଚଳରେ ଏହି ଘଟଣା ଘଟିଛି । ସୂଚନା ପାଇ ସୁହାସ କଦମ ଏବଂ ଅନ୍ୟାନ୍ୟ ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login