The Ultimate Managed Hosting Platform
ADVERTISEMENT

ଟ୍ରାକ୍ଟର ଓଲଟି ୩ ଗୁରୁତର

Facebook
Twitter
LinkedIn

ବଲାଙ୍ଗିର : ଚାଷ କାମ ବେଳେ ଟ୍ରାକ୍ଟର ଓଲଟି ୩ ଗୁରୁତର । ଦେଓଗାଁ ଥାନା ବହଲି ଗାଁରେ ଚାଷ କାମ ବେଳେ ଅଘଟଣ । ଡ୍ରାଇଭର ଓ ୨ ଶ୍ରମିକ ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି । ଗୁରୁତର ତିନିଜଣ ହେଲେ ଡ୍ରାଇଭର ରାକେଶ ପୋଢ଼, ଶ୍ରମିକ ମନୋଜ ପୋଢ଼ ଏବଂ ଓମ ନାଏକ। ଡ୍ରାଇଭର ରାକେଶ ପୋଢ଼ଙ୍କ ଅବସ୍ଥା ଅତି ଗୁରୁତର ରହିଥିବା ଗାଁ ଲୋକଙ୍କ ଠାରୁ ସୂଚନା ମିଳିଛି। ଗୁରୁତର ଟ୍ରାକ୍ଟର ଡ୍ରାଇଭର ରାକେଶ ପୋଢ଼ ଅନ୍ୟ ଦୁଇଜଣ ଶ୍ରମିକମାନଙ୍କ ସହିତ ଟ୍ରାକ୍ଟରରେ ଚାଷ ଜମିକୁ ଯାଉଥିବା ବେଳେ ଭରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟିପଡ଼ିଥିଲା। ଡ୍ରାଇଭର ସହିତ ଦୁଇ ଶ୍ରମିକ ଟ୍ରାକ୍ଟର ତଲେ ଚାପି ହୋଇଯାଇଥିଲେ। ସଂଗେ ସଂଗେ ସ୍ଥାନୀୟ ଲୋକେ ଟ୍ରାକ୍ଟର ଭିତରୁ ତିନିଜଣଙ୍କୁ ଉଦ୍ଧାର କରିଥିଲେ। ତିନିଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ବଲାଙ୍ଗୀରସ୍ଥିତ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନେଇଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login