ଜଳେଶ୍ୱର : ଟ୍ରଲରକୁ ଧକ୍କା ଦେଲା ତୀର୍ଥ ଯାତ୍ରୀ ବସ । ଦୁର୍ଘଟଣାରେ ୫ ଜଣ ଗୁରୁତର । ବସ୍ତା ଥାନା ଏନଏଚ-୬୦ ସନ୍ତୋଷପୁର ଛକ ନିକଟରେ ଦୁର୍ଘଟଣା । ସମସ୍ତ ଗୁରୁତର ବସ୍ତା ମେଡିକାଲରେ ଭର୍ତ୍ତି । ପଶ୍ଚିମବଙ୍ଗରୁ ୫୧ ଯାତ୍ରୀଙ୍କୁ ନେଇ ପୁରୀ ଯାଉଥିଲା ବସ । ବସରେ ଆଗ କ୍ୟାବିନ୍ ଭାଙ୍ଗି ଚୁରମାର ହୋଇଯାଇଛି । ବସ୍ତା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ବସ୍ତା ହସପିଟାଲରେ ଭର୍ତ୍ତି କରିଛି । ଦୁର୍ଘଟଣା ପରେ ଉଭୟ ଗାଡ଼ି ଡ୍ରାଇଭର ଫେରାର ହୋଇଯାଇଛନ୍ତି । ପୋଲିସ ଦୁଇଟି ଗାଡି ଜବତ କରି ତଦନ୍ତ କରୁଛି। ବସ ଡ୍ରାଇଭରର ଆଖି ଲାଗିଯିବାରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।
Views: 14