ଆନନ୍ଦପୁର : ଟ୍ରକକୁ ପଛରୁ ପିଟିଲା ସ୍କୁଲ ପିକନିକ ବସ । ଦୁର୍ଘଟଣାରେ ୧୦ ଆହତ ହୋଇଛନ୍ତି । ଏଥିରେ ଡ୍ରାଇଭର, ଶିକ୍ଷକଙ୍କ ସହ ୧୦ ପିଲା ଆହତ ହୋଇଛନ୍ତି ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ୨୦ ନଂ ଜାତୀୟ ରାଜପଥ ଭାଲୁକୁମା ନିକଟରେ ଦୁର୍ଘଟଣା ଘଟିଛି । ବସରେ ୫୦ରୁ ଅଧିକ ସ୍କୁଲ ପିଲା ଥିବା ସୂଚନା । ସମ୍ବଲପୁରରୁ ପିକନିକ ସାରି ବାଲେଶ୍ୱର ଫେରିବା ବେଳେ ଦୁର୍ଘଟଣା । ଛାତ୍ରଛାତ୍ରୀ ନିରାପଦ ଥିବା ଜଣାପଡିଛି ।
Views: 89