ବୈାଦ୍ଧ:ଟ୍ରକକୁ ଧକ୍କା ଦେଇ ଓଲଟିଲା ବସ । ଦୁର୍ଘଟଣାରେ ୨୦ ଜଣ ଗୁରୁତର ହୋଇଛନ୍ତି । ବସଟି ଫୁଲବାଣୀ ଯାଉଥିବା ବେଳେ ରାଣୀପଦର ଘାଟି ଉପରେ ଦୁର୍ଘଟଣା ଘଟିଛି । ୩ ଜଣ ଯାତ୍ରୀ ଫସି ରହିଥିବା ସୂଚନା । ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛି ଅଗ୍ନିଶମ ବାହିନୀ । ବୌଦ୍ଧରୁ ଫୁଲବାଣୀ ଯିବା ସମୟରେ ଦୁର୍ଘଟଣାର ଶିକାର ହୋଇଛି ଖମ୍ବେଶ୍ୱରୀ ବସ୍ । ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ସୀମା ବିବାଦ ପାଇଁ ଘଟଣାସ୍ଥଳରେ ପହଞ୍ଚିନି ପୋଲିସ ।
Views: 77











