The Ultimate Managed Hosting Platform
ADVERTISEMENT

ଟ୍ରକ ପଛକୁ ପିଟିଲା ବସ୍ , ଦୁର୍ଘଟଣାରେ ୩୦ ଗୁରୁତର

Facebook
Twitter
LinkedIn

ଜୟପୁର : ମର୍ମନ୍ତୁକ ସଡକ ଦୁର୍ଘଟଣା । ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁରରେ। ଜୟପୁରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରକ୍କୁ ପଛପଟୁ ପିଟିଲା ବସ୍। ସୂଚନା ଅନୁଯାୟୀ , ଆନ୍ଧ୍ର ପ୍ରଦେଶର ସୋମପେଟା ନିକଟରେ ଭୋର୍ ୫ଟାରେ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ବସଟି ବ୍ରହ୍ମପୁରରେ ପହଁଚିବାର କିଛି ସମୟ ପୂର୍ବରୁ ଦୁର୍ଘଟଣାର ସାମ୍ନା କରିଥିଲା । ଏହା ଏକ ଟ୍ରକକୁ ପିଟି ଦେଇଥିଲା । ଫଳରେ ବସ୍‌ରେ ଥିବା ଯାତ୍ରୀ ମାନଙ୍କ ମଧ୍ୟରୁ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ତେବେ ଆହତ ହୋଇଥିବା ବ୍ୟକ୍ତି ମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login