60 ନମ୍ବର ଜାତୀୟ ରାଜପଥ, ବସ୍ତା ଥାନା ଜୁଣ ବଳଦା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଜଳେଶ୍ଵର ରୁ ବାଲେଶ୍ଵର ଅଭିମୁଖେ ଯାଉଥିବା ଡମ୍ପର ଟି, ଯୁଣବଳଦା ନିକଟେ ଛିଡା ହୋଇଥିବା ଏକ ପାନପତ୍ର ବୋଝେଇ ଟ୍ରକ କୁ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ଡମ୍ପର ଡ୍ରାଇଭର ଗୁରୁତର ଆହତ ହୋଇଥିବା ବେଳ, ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଜାତୀୟ ରାଜପଥ ଆମ୍ବୁଲାନ୍ସ ମାଧ୍ୟମରେ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି।

ଜଳେଶ୍ଵର ରୁ ବାଲେଶ୍ଵର ଅଭିମୁଖେ ଯାଇଥିବା ଜାତୀୟ ରାଜପଥ ଏକ ପ୍ରକାର ବନ୍ଦ ହୋଇଯାଇଥିଲା। ବସ୍ତା ଥାନା ,ଅମର୍ଦ୍ଦାରୋଡ଼ ଫାଣ୍ଡି ପୋଲିସ ଓ ଜାତୀୟ ରାଜପଥ ପେଟ୍ରୋଲିଂ କର୍ମଚାରୀ ପହଞ୍ଚି ପରିସ୍ଥିତି ସ୍ବଭାବିକ କରାଇଥିଲେ। ଜାତୀୟ ରାଜପଥ ରିକଭରି ଭ୍ୟାନ ପହଂଚି ଉଭୟ ଗାଡିକୁ ଥାନାକୁ ନେଇଥିବା ଜଣା ଯାଇଛି।

Views: 214