ଆନନ୍ଦପୁର : ଜାତୀୟ ରାଜପଥରେ ଟ୍ରକ ଓଲଟି ଡ୍ରାଇଭର ମୃତ । ଘସିପୁରା ଥାନା ସାଳପଡା ବ୍ରିଜ ନିକଟରେ ଦୁର୍ଘଟଣା । ପାରାଦୀପ ଯିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ଟ୍ରକ । ଲୁହାପଥର ବୋଝେଇ ଟ୍ରକ କେନ୍ଦୁଝରରୁ ଲୁହାପଥର ବୋଝେଇ କରି ପାରାଦ୍ୱୀପ ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଓଭରବ୍ରିଜ ତଳକୁ ଓଲଟିପଡିଛି।ଟ୍ରକଟି ଓଲଟି ପଡିବା ବେଳେ ଡ୍ରାଇଭର ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ଚାପି ହୋଇ ଘଟଣା ସ୍ଥଳରେ ଡ୍ରାଇଭରର ମୃତ୍ୟୁ ହୋଇଛି। ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭରର ମୃତଦେହକୁ ଉଦ୍ଧାର କରିଥିବା ବେଳେ ଘସିପୁରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Views: 85