ଜମ୍ମୁ: ଜମ୍ମୁ କଶ୍ମୀର ରିୟାସୀ ଜିଲ୍ଲାର ମାହୋର ନିକଟରେ ଏକ ମିନି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଅତିକମରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ରିୟାସୀର ଜଣେ ବରିଷ୍ଠ ପୋଲିସ ଅଧିକାରୀ ପରମବୀର ସିଂ ଦୁର୍ଘଟଣା ବିଷୟରେ ସୂଚନା ଦେଇଛନ୍ତି ।ଖବର ମୁତାବକ, ଦୁର୍ଘଟଣା ମାହୋର ଗଙ୍ଗୋଟରେ ହୋଇଛି । ଜମ୍ମୁ ସାଙ୍ଗଲୀକୋଟ ଯାଉଥିବା ଏକ ଟେମ୍ପୋ ଟ୍ରାଭେଲର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସମସ୍ତ ଆହତଙ୍କୁ ତୁରନ୍ତ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଭାବେ ଆହତଙ୍କୁ ସରକାରୀ ମେଡିକାଲକୁ ରେଫର କରାଯାଇଛି ।
Views: 29