ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ ରନୱେରୁ ଖସି ବୁଦା ଭିତରକୁ ପଶିଯାଇଥିଲା । ଏହା ଫଳରେ ସମସ୍ତ ଯାତ୍ରୀ ଏବଂ ଦୁଇଜଣ ପାଇଲଟ୍ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏଥିରେ ପାଇଲଟଙ୍କୁ ମିଶାଇ ୬ ଜଣ ରହିଥିଲେ । ସୂଚନା ମୁତାବକ, ଫର୍ରୁଖାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଘରୋଇ ଜେଟଟି ଏକ ବିୟର ଫ୍ୟାକ୍ଟ୍ରି ଏମଡି ଅଜୟ ଅରୋରାଙ୍କର ଥିଲା । ସେ ଏକ ଶିଳ୍ପାଞ୍ଚଳରେ ନିର୍ମାଣାଧୀନ କମ୍ପାନୀର ଯାଞ୍ଚ ପାଇଁ ଉଡ଼ାଣ କରୁଥିଲେ । ଘଟଣା ବିଷୟରେ ସୂଚନା ପାଇବା ପରେ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Views: 0