The Ultimate Managed Hosting Platform
ADVERTISEMENT

ଟାଟା ଷ୍ଟିଲ ଲିମିଟେଡ ଖଣି କମ୍ପାନୀର ଜନ ଶୁଣାଣି

Facebook
Twitter
LinkedIn

କେନ୍ଦୁଝର : ଟାଟା ଷ୍ଟିଲ ଖଣି କମ୍ପାନୀର ଜନ ଶୁଣାଣି । କେନ୍ଦୁଝର ଜିଲ୍ଲା ବଡ଼ବିଲ ତହସିଲ ଅନ୍ତର୍ଗତ ଗୁରୁଡ଼ା ପଳସା (ଖ) ଜଡିବାହାଳ ଓ ଖଣ୍ଡବନ୍ଧ ଗ୍ରାମରେ ୧୬୯ ହେକ୍ଟର ପରିମିତ ଖଣି ଲିଜ ଅଞ୍ଚଳରେ ରହିଥିବା ତିରିଙ୍ଗପାହାଡ ଲୈାହପଥର ଏବଂ ମାଙ୍ଗାନିଜ ଖଣିର ପରିବେଶ ପ୍ରଭାବ ଆକଳନ ଆଇନ ୧୯୯୪ ମସିହା ଅନୁଯାୟୀ ପ୍ରାପ୍ତ ପରିବେଶ ମଞ୍ଜୁରୀକୁ ପରିବେଶ ପ୍ରଭାବ ଆକଳନ ଆଇନ ୨୦୦୬ ମସିହା ଅନୁମୋଦନ କରାଯାଇଛି । ଏହା ସହ ପ୍ରସ୍ତାବିତ ସମ୍ପ୍ରସାରଣ ଜରିଆରେ ମାଙ୍ଗାନିଜ ଖଣିଜ ପଦାର୍ଥର ଉତ୍ପାଦନକୁ ବାର୍ଷିକ ୦.୮୫ ଲକ୍ଷ୍ୟ ଟନରୁ ବାର୍ଷିକ ୦.୯୮ ଲକ୍ଷ୍ୟ ଟନ୍ ଆରଓଏମକୁ ବୃଦ୍ଧି କରାଯାଇ ,ବାର୍ଷିକ ୫.୩୮ ଲକ୍ଷ୍ୟ ଟନ୍ ଆରଓଏମକୁ ବୃଦ୍ଧି କରିବା ସହିତ , ବାର୍ଷିକ ୬.୮୮୯ ଲକ୍ଷ୍ୟ ଟନ୍ ଆରଓଏମ ଲୈାହପଥର ନୂତନ ଖଣିଜ ଉତ୍ପାଦନକୁ ସାମିଲ କରାଯିବା ସହିତ ଅତିରିକ୍ତ ବାର୍ଷିକ ୪୧.୬୨ ଲକ୍ଷ୍ୟ ଟନ୍ ସର୍ବାଧିକ ଉତ୍ତୋଳନ କରିବା ନିମନ୍ତେ ଜୁଲାଇ ୨୯ ତାରିଖରେ ଟାଟା ଷ୍ଟିଲ ଖଣି କମ୍ପାନୀ ପକ୍ଷରୁ ଜନ ଶୁଣାଣି କରାଯାଇଥିଲା । ଏଥିରେ ଆଞ୍ଚଳିକ ପ୍ରଦୂଷଣ ବୋର୍ଡର ଅଧିକାରୀ ପ୍ରଶାନ୍ତ କର ଓ ଅତିରିକ୍ତ ଜିଲ୍ଲାପାଳ ଜଦୁମଣି ମହଲାଙ୍କ ଅଧିକ୍ଷତାରେ ଏହି ଜନ ଶୁଣାଣି କାର୍ୟ୍ୟକ୍ରମ ହୋଇଥିଲା । ଏଥିରେ ବହୁ ସଂଖ୍ୟାରେ ଜନସାଧାରଣଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଏହି ଜନ ଶୁଣାଣି ରେ ୬୧ ଜଣ ମତଦାନ କରିଥିଲେ । ଏହା ସହିତ ବହୁ ମାତ୍ରାରେ ଜନ ଶୁଣାଣି କୁ ସମସ୍ତ ଜନସାଧାରଣ ସମର୍ଥନ କରିଥିବାର ଦେଖିବାକୁ ମିଳିଥିଲା । ଟାଟା ଷ୍ଟିଲ ଖଣି କମ୍ପାନୀର ଜନ ଶୁଣାଣି ସଫଳ ହୋଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login