ଜଗତସିଂହପୁର : ଚେକ୍ ବାଉଁସ କେସ ଆଧାରରେ ଆଜି ମଧୁପାଟଣା ଥାନା ଅଧିକାରୀ ଜଣେ ବ୍ୟକ୍ତିକୁ ଗିରଫ କରିଛି । ବ୍ୟକ୍ତି ଜଣକ ହେଲେ ଜଗତସିଂହପୁର ଜିଲ୍ଲାର ବାଲିକୁଦା ଥାନା ଅନ୍ତର୍ଗତ ସାରଣା ଗ୍ରାମର ସମ୍ପଦ ସ୍ଵାଇଁ ପିତା ବୀରକିଶୋର ସ୍ଵାଇଁ ବୋଲି ଜଣାପଡିଛି । ସମ୍ପଦ ଦେବାଶିଷ ସାମନ୍ତସିଂହାର ଠାରୁ କିଛି ଅର୍ଥ ଧାର ଆଣିଥିଲେ । ଅର୍ଥ ବାବଦକୁ ଏକ ଚେକ୍ ଦେଇଥିଲେ । ସେହି ଚେକ୍ ଟି ୧୦ ଲକ୍ଷ ଟଙ୍କାର । ସମ୍ପଦ ନେଇଥିବା ଟଙ୍କା ନ ଫେରିବାରୁ ଦେବାଶିଷ ଚେକ ଟିକୁ ବ୍ୟାଙ୍କରେ ଲଗାଇ ବାରୁ ସେ ଚେକ୍ ଟି ବାଉଁଶ୍ ହୋଇଯାଇଥିଲା । ଏହି ବାବଦରେ ଦେବାଶିଷ ମଧୁପାଟଣା ଥାନାରେ ଏକ ଲିଖିତ ଆକାରରେ ଅଭିଯୋଗ ଦେବା ପରେ ପୋଲିସ ସମ୍ପଦ ସ୍ଵାଇଁଙ୍କ ଭୁବନେଶ୍ୱର ଭଡ଼ା ଘରେ ଚଢ଼ାଉ କରି ସମ୍ପଦକୁ ଗିରଫ କରି ପଚରା ଉଚରା କରୁଛି । ବିଶେଷ ସୁତ୍ରରୁ ଜଣାପଡିଛି କି ସମ୍ପଦ ସ୍ଵାଇଁ ଜଣେ ଫ୍ରଡ । ସେ ଫ୍ରଡ କରି ବିଭିନ୍ନ ଲୋକମାନଙ୍କ ଠାରୁ ପ୍ରାୟ ୨୦ କୋଟି ଟଙ୍କା ନେଇ ଲୁଚି ବୁଲୁଥିଲେ । ଦେବାଶିଷ ଅଭିଯୋଗ କଲାପରେ ପୋଲିସ ଗିରଫ କରିଛି । ପୋଲିସ ସଠିକ୍ ତଦନ୍ତ କଲେ ବହୁକିଛି ତଥ୍ୟ ପଦାକୁ ଆସିବ ବୋଲି ସାଧରଣରେ ଦାବି ହେଉଛି ।
ଟଙ୍କା ନେଇ ଫେରାର ହୋଇଥିବା ଠକ ଗିରଫ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











