The Ultimate Managed Hosting Platform
ADVERTISEMENT

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ

Facebook
Twitter
LinkedIn

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ଥାନା ଅନ୍ତର୍ଗତ ବଡବିଲ ପୌରାଞ୍ଚଳର ପନ୍ଦର ନମ୍ବର୍ ୱାର୍ଡ ବଡବିଲ ରେଲୱେ ସାଇଡିଂ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ ଆଜି ଭୋର୍ ପ୍ରାୟ ସାଢେ ପାଞ୍ଚଟା ସମୟରେ ବଡବିଲ ସାଇଡିଂ ଅଞ୍ଚଳରେ ଯୁବକର ମୃତଦେହ ଗଛରେ ଝୁଲୁଥିବା ଦେଖି ସ୍ଥାନୀୟ ବାସିନ୍ଦା ମାନେ ବଡବିଲ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ବଡବିଲ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବଡବିଲ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ବେଳେ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଛି ବଡବିଲ ପୋଲିସ୍। ମୃତ ବ୍ୟକ୍ତିର ବେକରେ ଏକ କପଡା ବାନ୍ଧି ଗଛରେ ବନ୍ଧା ହୋଇଥିବା ବେଳେ ଦୁଇପାଦ ମାଟିରେ ଲାଗି ଛିଡ଼ା ହୋଇଥିବା ଭଳି ଦୃଶ୍ୟ ହୁଏ। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସାଧାରଣରେ ପ୍ରଶ୍ନ ଉଠିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login