ଭୁବନେଶ୍ୱର : ଝାରପଡା ଦୁର୍ଗାପୂଜା ମଣ୍ଡପର ଠିକଣା ବଦଳିଲା । ଏଥର ମେଳଣ ପଡିଆରେ ହେବ ଝାରପଡା ଦୁର୍ଗାପୂଜା । ଏଥର ମେଳଣ ପଡିଆରେ ହେବ ଝାରପଡା ଦୁର୍ଗାପୂଜା । ଝାରପଡା ଦୁର୍ଗାପୂଜା ସମିତି ପକ୍ଷରୁ ଦିଆଗଲା ସୂଚନା । ପ୍ରତିବର୍ଷ ଭଳି ଏଥର ବି ମହାଆଡମ୍ବରରେ ହେବ ପୂଜା । ସବୁ ବିବାଦ ତୁଟି ଏବେ ପୁଣି ଥରେ ଝଲସିବ ପୂଜା ମଣ୍ଡପ । ଦୁଇପକ୍ଷର ଗଣ୍ଡଗୋଳ ଫଳରେ ୧୪ ବର୍ଷ ଧରି ଚାଲିଥିବା ଦୁର୍ଗାପୂଜା ଚଳିତବର୍ଷ ବନ୍ଦ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଥିବାରୁ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ ୨୦୧୧ ମସିହାରେ ପ୍ରଥମ କରି ଝାରପଡ଼ାରେ ଗାଁ ଲୋକଙ୍କ ଦ୍ୱାରା ଦୁର୍ଗା ପୂଜା ଆରମ୍ଭ ହୋଇଥିଲା ।
Views: 123











