ରାଞ୍ଚିଂ : ଓଡିଶା ପରେ ଝାଡ଼ଖଣ୍ଡରେ ଭୟଙ୍କର ଟ୍ରେନ ଦୁର୍ଘଟଣା । ବରହେଟରେ NTPC ଫାଟକ ନିକଟରେ ଦୁଇଟି ମାଲବାହୀ ଟ୍ରେନ୍ ମଧ୍ୟରେ ଧକ୍କା ହୋଇଛି । ଏହି ଘଟଣାରେ ଦୁଇ ଲୋକ ପାଇଲଟଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଛନ୍ତି । ତେବେ ଜଣେ ଶ୍ରମିକ ଫସି ରହିଥିବା ସୂଚନା ମିଳିଛି । ଏକ ଖାଲି ମାଲଗାଡ଼ି ଅନ୍ୟ ଏକ କୋଇଲା ଭର୍ତ୍ତି ମାଲଗାଡ଼ି ସହିତ ଧକ୍କା ହୋଇଛି । ଘଟଣାଟି ଭୋର ସାଢ଼େ ୩ଟାରେ ଘଟିଥିଲା । ଟ୍ରାକ ଉପରେ ଏକ ମାଲବାହୀ ଟ୍ରେନ୍ ଠିଆ ହୋଇଥିଲା । ଏହି ସମୟରେ, ଅପର ପାର୍ଶ୍ୱରୁ ଆସୁଥିବା ଏକ ମାଲବାହୀ ଟ୍ରେନ୍ ଏହାକୁ ଜୋରରେ ଧକ୍କା ଦେଇଥିଲା । ଯାହା ଫଳରେ ଇଞ୍ଜିନ ଏବଂ କୋଇଲା ବୋଝେଇ ବଗିରେ ନିଆଁ ଲାଗିଯାଇଥିଲା । ସେହି ସମୟରେ ଦୁଇଟି ଇଞ୍ଜିନ ଲାଇନଚ୍ୟୁତ ହୋଇଥିଲା ଏବଂ ଇଞ୍ଜିନଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା । ସାହିବଗଙ୍ଗ ଜିଲ୍ଲାର ବରହେଟ ଥାନା ସ୍ଥିତ ଫରକ୍କା-ଲଲମାଟିଆ ଏମଜିଆର ରେଳ ଲାଇନରେ ଦୁର୍ଘଟଣା ଘଟିଥିଲା । ଅଗ୍ନିଶମ ବାହିନୀ କର୍ମଚାରୀମାନେ କହିଛନ୍ତି ଯେ, ଇଞ୍ଜିନରେ ସାତ ଜଣ ଲୋକ ଥିଲେ, ଯେଉଁଥିରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଚାରି ଜଣ ଆହତ ହୋଇଛନ୍ତି । ଜଣେ ଶ୍ରମିକ ଇଞ୍ଜିନରେ ଫସି ରହିଥିବା ବେଳେ ତାଙ୍କୁ ବାହାର କରିବାକୁ ଚେଷ୍ଟା ଚାଲିଛି । ସମସ୍ତଙ୍କୁ ବାରହାଟ ସଦର ହସ୍ପିଟାଲକୁ ନିଆଯାଇଛି ।
ଝାଡଖଣ୍ଡରେ ଭୟଙ୍କର ଟ୍ରେନ ଦୁର୍ଘଟଣା, ଦୁଇ ମାଲଗାଡି ମୁହାଁମୁହିଁ ଧକ୍କା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











