The Ultimate Managed Hosting Platform
ADVERTISEMENT

ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ପରଲୋକ

Facebook
Twitter
LinkedIn

ଝାଡଖଣ୍ଡ : ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ପରଲୋକ । ୮୧ ବର୍ଷ ବୟସରେ ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ । ୪ ଦଶନ୍ଧିରୁ ଉଦ୍ଧ୍ୱର୍ ସମୟ ଧରି ରାଜନୀତିରେ ସକ୍ରିୟ ରହିଥିଲେ । ଝାଡଖଣ୍ଡର ୩ ଥରର ମୁଖ୍ୟମନ୍ତ୍ରୀ ଥିଲେ ଶିବୁ ସୋରେନ । ୮ ଥରର ଲୋକସଭା ସାଂସଦ , ୩ ଥରର ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ଶିବୁ ସୋରେନ ଜୁଲାଇରେ କିଡନୀ ସମସ୍ୟାରେ ପୀଡିତ ହୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ । ସେତେବେଳେ ଠାରୁ ତାଙ୍କ ଅବସ୍ଥା ଗୁରୁତର ରହିଥିଲା । ଦୀର୍ଘ ଅସୁସ୍ଥତା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ କିଡନୀ ରୋଗରେ ପୀଡିତ ଥିଲେ । ଦେଢ଼ ମାସ ପୂର୍ବରୁ ଷ୍ଟ୍ରୋକ୍ ମଧ୍ୟ ହୋଇଥିଲା । ତାଙ୍କୁ ଗତ ଗୋଟିଏ ମାସ ଧରି ଭେଣ୍ଟିଲେଟରରେ ରଖାଯାଇଥିଲା।
ଶିବୁ ସୋରେନ ଜେଏମଏମର ପ୍ରତିଷ୍ଠାତା । ଦୀର୍ଘ ୩୮ ବର୍ଷ ଧରି ସେ ଦଳର ମଙ୍ଗ ସମ୍ଭାଳିଥିଲେ । ଶିବୁ ସୋରେନଙ୍କ ଜନ୍ମ ଝାଡ଼ଖଣ୍ଡ ହଜାରିବାଗରେ ହୋଇଥିଲା । ୧୯୭୭ରେ ପ୍ରଥମ ଥର ପାଇଁ ନିର୍ବାଚନ ଲଢିଥିଲେ । ୧୯୮୦ ଯାଏଁ ଲଗାତାର ସାଂସଦ ରହିଥିଲେ । ଏହାପରେ ସେ ୩ ଥର ପାଇଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login