ଝାଡଖଣ୍ଡ : ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ପରଲୋକ । ୮୧ ବର୍ଷ ବୟସରେ ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ । ୪ ଦଶନ୍ଧିରୁ ଉଦ୍ଧ୍ୱର୍ ସମୟ ଧରି ରାଜନୀତିରେ ସକ୍ରିୟ ରହିଥିଲେ । ଝାଡଖଣ୍ଡର ୩ ଥରର ମୁଖ୍ୟମନ୍ତ୍ରୀ ଥିଲେ ଶିବୁ ସୋରେନ । ୮ ଥରର ଲୋକସଭା ସାଂସଦ , ୩ ଥରର ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ଶିବୁ ସୋରେନ ଜୁଲାଇରେ କିଡନୀ ସମସ୍ୟାରେ ପୀଡିତ ହୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ । ସେତେବେଳେ ଠାରୁ ତାଙ୍କ ଅବସ୍ଥା ଗୁରୁତର ରହିଥିଲା । ଦୀର୍ଘ ଅସୁସ୍ଥତା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ କିଡନୀ ରୋଗରେ ପୀଡିତ ଥିଲେ । ଦେଢ଼ ମାସ ପୂର୍ବରୁ ଷ୍ଟ୍ରୋକ୍ ମଧ୍ୟ ହୋଇଥିଲା । ତାଙ୍କୁ ଗତ ଗୋଟିଏ ମାସ ଧରି ଭେଣ୍ଟିଲେଟରରେ ରଖାଯାଇଥିଲା।
ଶିବୁ ସୋରେନ ଜେଏମଏମର ପ୍ରତିଷ୍ଠାତା । ଦୀର୍ଘ ୩୮ ବର୍ଷ ଧରି ସେ ଦଳର ମଙ୍ଗ ସମ୍ଭାଳିଥିଲେ । ଶିବୁ ସୋରେନଙ୍କ ଜନ୍ମ ଝାଡ଼ଖଣ୍ଡ ହଜାରିବାଗରେ ହୋଇଥିଲା । ୧୯୭୭ରେ ପ୍ରଥମ ଥର ପାଇଁ ନିର୍ବାଚନ ଲଢିଥିଲେ । ୧୯୮୦ ଯାଏଁ ଲଗାତାର ସାଂସଦ ରହିଥିଲେ । ଏହାପରେ ସେ ୩ ଥର ପାଇଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।
ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ପରଲୋକ

Facebook
Twitter
LinkedIn
Facebook
Twitter
LinkedIn
Recent News
ବଳଙ୍ଗା ପୀଡିତା ମୃତ୍ୟୁ ଘଟଣା : ଅଗଷ୍ଟ ୧୪ରେ ପଦଯାତ୍ରା କରିବ କଂଗ୍ରେସ
ଭୁବନେଶ୍ୱର : ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ପିସିସି ସଭାପତି ପ୍ରତିକ୍ରିୟା ରଖିଛନ୍ତି। ଆଗାମୀ ଦିନରେ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଲଢ଼ିବ କଂଗ୍ରେସ । ଅଗଷ୍ଟ ୧୪...
ଶିଶୁ କନ୍ୟାକୁ ଅସଦାଚରଣ !
ଯାଜପୁର : ୪ ବର୍ଷର ଶିଶୁକନ୍ୟାକୁ ଅସଦାଚରଣ ଅଭିଯୋଗ । ବନ୍ଧୁ ଘରକୁ ଆସିଥିବା ଯୁବକଙ୍କ ନାଁରେ ଟାଉନ ଥାନାରେ ଅଭିଯୋଗ । ଅଭିଯୁକ୍ତ ଯୁବକ ଅଟକ...
ଲକ୍ଷପତି ଦିଦି ହେବେ କୋଟିପତି : ପ୍ରଭାତୀ
ଭୁବନେଶ୍ୱର :ଲକ୍ଷପତି ଦିଦି କୋଟିପତି ହେବେ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବିନା ସୁଧରେ ୧୦ ଲକ୍ଷ ପ ର୍ଯ୍ୟନ୍ତ ରୁଣ ଯୋଗାଇବାକୁ ସରକାରଙ୍କ ପ୍ରାଥମିକତା...
ଓଭାଲ ଟେଷ୍ଟରେ ଭାରତର ବଡ ବିଜୟ
ନୂଆଦିଲ୍ଲୀ : ଓଭାଲ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଭାରତର ବଡ ବିଜୟ । ଆଟକିନସନଙ୍କୁ ବୋଲ୍ଡ କରି ବିଜୟ ଆଣିଲେ ସିରାଜ । ମାତ୍ର ୬ ରନରେ...