କଟକ : ହାଇକୋର୍ଟ ପ୍ରତିଷ୍ଠା ଉତ୍ସବରେ ରାଷ୍ଟ୍ରପତିଙ୍କ ଅଭିଭାଷଣ । ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କଲେ ରାଷ୍ଟ୍ରପତି । ଆଜି କାରଗିଲ ଦିବସ ଅବସରରେ ସହିଦଙ୍କୁ ନମନ କଲେ । ଓଡିଶାର ସହିଦ ପଦ୍ମପାଣି ଆଚାର୍ଯ୍ୟଙ୍କ କଥା କହିଲେ ରାଷ୍ଟ୍ରପତି । ବୀରମାଟି କଟକକୁ ପ୍ରଣାମ କରୁଛି କହିଲେ ରାଷ୍ଟ୍ରପତି । ଉକ୍ରଳ ଗୈାରବ ମଧୂସୁଦନ , ନେତାଜୀ ସୁଭାଷ ବୋଷଙ୍କ କଥାକୁ ମନେ ପକାଇଲେ ।

ହାଇକୋର୍ଟର ପ୍ରତିଷ୍ଠା ଉତ୍ସବରେ ରାଷ୍ଟ୍ରପତି କହିଛନ୍ତି କି , ୭୫ ବର୍ଷ ଭିତରେ ଓଡିଶା ହାଇକୋର୍ଟ ବହୁ ଆଗରେ । ମାତ୍ର ୪ ଜଣଙ୍କୁ ନେଇ ହାଇକୋର୍ଟ ଆରମ୍ଭ ହୋଇଥିଲା । ଏବେ ଓଡିଶା ହାଇକୋର୍ଟରେ ୩୩ ଜଣ ବିଚାରପତି । ଏଠାରୁ ଅନେକ ବିଚାରପତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ହୋଇଛନ୍ତି । ତ୍ୱିରିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱ ଦେଲେ ରାଷ୍ଟ୍ରପତି । ବିଳମ୍ବିତ ନ୍ୟାୟ ପ୍ରଦାନ ପାଇଁ ଅନେକ ହଇରାଣ ହେଉଛନ୍ତି । ବିଳମ୍ବିତ ନ୍ୟାୟ ପାଇଁ ଅନେକ ଜୀବନ ଜେଲରେ କଟୁଛି । ନ୍ୟାୟ ବିଳମ୍ବ ପାଇଁ ପୀଡିତ ମଧ୍ୟ ହତାଶ ହୋଇପଡୁଛନ୍ତି । ତ୍ୱିରିତ ନ୍ୟାୟ ଉଭୟ ପୀଡତ ଓ ନିଦେ୍ର୍ଦାଷଙ୍କୁ ସହାୟ ହେବ । ଏକଥା ଆଗରୁ ମଧ୍ୟ ମୁଁ କହିଛି କହିଲେ ରାଷ୍ଟ୍ରପତି । ସମାଜର ଅନେକ ବର୍ଗ ମାମଲା ଲଢିବାକୁ ସମର୍ଥ ନୁହଁନ୍ତି । ବଞ୍ଚିତ ବର୍ଗଙ୍କୁ କିଭଳି ନ୍ୟାୟ ପ୍ରଦାନ କରାଯିବ , ଗୁରୁତ୍ୱ ମିଳିବା ଉଚିତ । ଏଥିପାଇଁ ଆଇନ ସହାୟତା ମିଳୁଥିବାରୁ ଧନ୍ୟବାଦ ଦେଉଛି । ଅନେକ ଆଇନଜୀବୀ ବି ମାଗଣା ଆଇନ ସହାୟତା ଦେଉଛନ୍ତି ।