The Ultimate Managed Hosting Platform
ADVERTISEMENT

ଜେଲରୁ ବାହାରିଲେ ଅର୍ଚ୍ଚନା ନାଗ

Facebook
Twitter
LinkedIn

ଭୁବନେଶ୍ୱର : ଭୁବନେଶ୍ୱର ଝାରପଡା ଜେଲରୁ ବାହାରିଲେ ଅର୍ଚ୍ଚନା ନାଗ । ଜେଲରୁ ବାହାରିବା ପରେ ଗଣମାଧ୍ୟମକୁ ଅର୍ଚ୍ଚନା ନାଗଙ୍କ ପ୍ରତିକ୍ରିୟା । କୋର୍ଟଙ୍କ ଦ୍ୱାରସ୍ଥ୍ୟ ହେବେ କହିଲେ ଅର୍ଚ୍ଚନା ନାଗ । ୧୪ ମାସ ପରେ ଜେଲ ଚାରିକାନ୍ଥରୁ ବାହାରିଛନ୍ତି । ବେଲ୍ ମିଳିବାର ସପ୍ତାହେ ପରେ ଆଜି ସକାଳୁ ସକାଳୁ ଭୁବନେଶ୍ବର ଝାରପଡ଼ା ଜେଲରୁ ମୁକୁଳିଛନ୍ତି ଅର୍ଚ୍ଚନା । ତାଙ୍କୁ ସାଙ୍ଗରେ ନେଇଥିଲେ ସ୍ବାମୀ ଜଗବନ୍ଧୁ ଚାନ୍ଦ । ଝାରପଡ଼ା ଜେଲରୁ ସେ ଯାଇଥିଲେ ସତ୍ୟବିହାର ସ୍ଥିତ ଘରକୁ । ସେଠାରେ ଫୁଲ ଚନ୍ଦନ ଦେଇ ବନ୍ଦାପନା କରି ତାଙ୍କୁ ସ୍ବାଗତ କରିଥିଲେ ପରିବାର ସଦସ୍ୟ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲାରେ ଗତ ସୋମବାର ଦିନ ଅର୍ଚ୍ଚନାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଥିଲେ ହାଇକୋର୍ଟ ।
ସର୍ତ୍ତ ପୂରଣ ପରେ ବାହାରିଛନ୍ତି ଅର୍ଚ୍ଚନା ନାଗ । ଜେଲରୁ ମୁକୁଳିବା ପରେ ଅର୍ଚ୍ଚନା କହିଛନ୍ତି, କୋର୍ଟଙ୍କ ସବୁ ସର୍ତ୍ତ ମାନିବେ ଓ ତଦନ୍ତରେ ସହଯୋଗ କରିବେ । କୋର୍ଟଙ୍କ ଦ୍ୱାରସ୍ଥ ହେବେ । ସବୁ ତଥ୍ୟ ପ୍ରମାଣ ଦାଖଲ କରିବେ । କୋର୍ଟଙ୍କ ଉପରେ ଭରସା ଅଛି ବୋଲି କହିଛନ୍ତି ଅର୍ଚ୍ଚନା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login