ନୂଆଦିଲ୍ଲୀ : ତିହାର ଜେଲରେ ରହିବେ କେଜ୍ରିୱାଲ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୧୫ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ରାଉଜ ଏଭିନ୍ୟୁ କୋର୍ଟ । ତେବେ କୋର୍ଟରେ ହାଜର ହେବା ପୂର୍ବରୁ କେଜ୍ରିୱାଲ କହିଥିଲେ, ପ୍ରଧାନମନ୍ତ୍ରୀ ଯାହା କରୁଛନ୍ତି, ତାହା ଠିକ୍ କରୁନାହାନ୍ତି । ଅନ୍ୟପଟେ କେଜ୍ରିୱାଲଙ୍କ ପାଇଁ ତିହାର ଜେଲରେ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି । କେଜ୍ରିୱାଲଙ୍କୁ କେତେ ନମ୍ବର ଜେଲରେ ରଖାଯିବ ସେନେଇ ଜେଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି । ଗତ ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ଇଡି । ପ୍ରଥମେ ୨୮ ମାର୍ଚ୍ଚ ପର୍ୟ୍ୟନ୍ତ ରିମାଣ୍ଡରେ ନେଇଥିଲା ଇଡି ।
Views: 94