ଭୁବନେଶ୍ୱର : ଜେଲ ଗଲେ ନିଲମ୍ବିତ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ । ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହାଜର ପରେ ଝାରପଡା ଜେଲ ଗଲେ । ଦୁଷ୍କର୍ମ ଅଭିଯୋଗରେ ଗିରଫ କରିଥିଲା ମଞ୍ଚେଶ୍ୱର ଥାନା ପୋଲିସ । ଗିରଫ ପରେ କଂଗ୍ରେସ ଉଦିତ ପ୍ରଧାନଙ୍କୁ ନିଲମ୍ବନ କରିଥିଲା । ବୁ ଦିଗକୁ ନେଇ ପୋଲିସ ତଦନ୍ତ ଚାଲିଛି। ଏସିପି ବିଶ୍ୱରଂଜନ ସେନାପତି କହିଛନ୍ତି, ଘଟଣା ଦିନ ପୀଡ଼ିତା ଯୁବତୀଙ୍କ ସହ ତାଙ୍କର ଆଉ ଦୁଇ ଜଣ ସାଙ୍ଗ ଥିଲେ ।
ଯୁବତୀଙ୍କ ବୟାନ ଆଧାରରେ କମିଶନରେଟ୍ ପୋଲିସର ସୂଚନା, ମାର୍ଚ୍ଚ ୧୮ ତାରିଖ ଦିନ ପୀଡ଼ିତା ଯୁବତୀଙ୍କୁ ତାଙ୍କ ପୁଅ ଓ ଝିଅ ସାଙ୍ଗ, ଗାଡ଼ିରେ ବୁଲିବା ପାଇଁ ଡାକିଥିଲେ । ବାଟରେ ମାଷ୍ଟର କ୍ୟାଣ୍ଟିନ ନିକଟରେ ଗାଡ଼ିରେ ଚଢିଥିଲେ ଉଦିତ ପ୍ରଧାନ। ପୀଡ଼ିତା ଉଦିତକୁ ଚିହ୍ନି ନଥିଲେ । ଉଦିତ ଗାଡ଼ିରେ ଚଢିବା ପରେ ସେ ଛାତ୍ର କଂଗ୍ରେସ ସଭାପତି ଉଦିତ୍ ପ୍ରଧାନ ବୋଲି ଜାଣି ପାରିଥିଲେ ।
Views: 49











