The Ultimate Managed Hosting Platform
ADVERTISEMENT

ଜିଲ୍ଲାସ୍ତରୀୟ ଚିତ୍ରକଳା ଓ ସ୍ଲୋଗାନ ପ୍ରତିଯୋଗୀତା ଅନୁଷ୍ଠିତ

Facebook
Twitter
LinkedIn

ଜଗତସିଂହପୁର ; ଜଗତସିଂହପୁର ଜିଲ୍ଲାରେ ଜାତୀୟ ସ୍ତରୀୟ ସଡକ ସୁରକ୍ଷା ସଚେତନତା କାର୍ୟ୍ୟକ୍ରମ ପରିପେକ୍ଷୀରେ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଆଜି ସ୍ଥାନୀୟ ଶ୍ରୀକୃଷ୍ଣ ଏକାଡେମୀ ପରିସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସ୍ଲୋଗାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ନିର୍ମଳ ଚନ୍ଦ୍ର ମହାନ୍ତିଙ୍କ ତତ୍ୱାବଧାନରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସଡକ ସୁରକ୍ଷା ଉପରେ ଆଧାରିତ ଏହି ସ୍ଲୋଗାନ ପ୍ରତିଜୋଗୀତାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । ସଡକ ସୁରକ୍ଷା ଉପରେ ଆଧାରିତ ଏହି ସ୍ଲୋଗାନ ପ୍ରତିଯୋଗିତା ଦ୍ୱାରା ଛାତ୍ରଛାତ୍ରୀମାନେ ସଡକସୁରକ୍ଷା ଉପରେ ସଚେତନ ହେବା ସହ ନିଜ ପରିବାର ଓ ଅନ୍ୟବ୍ୟକ୍ତିମାନଙ୍କୁ ସେମାନେ ସଚେତନ କରିପାରିବେ ବୋଲି ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ୟ୍ୟକ୍ରମରେ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ କର୍ମଚାରୀ ଓ ଜିଲ୍ଲା ଶିକ୍ଷାବିଭାଗ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login