ଜଗତସିଂହପୁର : ଦିନକୁ ଦିନ ତେଜୁଛି ଚାଷୀ ଆନ୍ଦୋଳନ ର କେତେବେଳେ ଜଳ ସେଚନ ପାଇଁ ସମସ୍ୟା ତ କେତେବେଳେ ମଣ୍ଡି ଜନିତ ସମସ୍ୟା ଯାହାକୁ ନେଇ ବିଭିନ୍ନ ସମୟରେ ରାଜରାସ୍ତା କୁ ଓହ୍ଲାଇଛନ୍ତି ଚାଷୀ । ସରକାରଙ୍କ ପକ୍ଷରୁ ଚାଷୀ ମାନଙ୍କ ନିମନ୍ତେ ବିଭିନ୍ନ ପ୍ରକାର ସୁବିଧା ସହଯୋଗ ଓ ଯୋଜନାର ବ୍ୟବସ୍ଥା କରାଯାଇ ଥିବା ବେଳେ ଏହାକୁ କିଛି ଅସାଧୁ ପ୍ରଶାସନିକ ଅଧିକାରୀ ମାନେ ଏହା ଚାଷୀ ମାନଙ୍କ ପାଖରେ ପହଞ୍ଚେଇବା ବଦଳରେ ଆତ୍ମସାତ କରୁଥିବା ଦେଖାଯାଉଛି । ଯାହାକୁ ନେଇ ଆଜି ରଘୁନାଥପୁର ବ୍ଲକର ରାଢ଼ଙ୍ଗ ପଞ୍ଚାୟତର ଶତାଧିକ ଚାଷୀ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେବା ସହିତ ନିଜ ର ଦାବୀ ଉପସ୍ଥାପନା କରିଛନ୍ତି । ମୁଖ୍ୟତଃ ଗତ ଲଘୁଚାପ ଜନିତ ବର୍ଷା ରେ ତିନି ସହରୁ ଉର୍ଦ୍ଧ ହେକ୍ଟର ଚାଷ ଜମି ଜଳ ମଗ୍ନ ହୋଇ ଲକ୍ଷାଧିକ ଟଙ୍କା ର କ୍ଷତି ସହିଥିବା ବେଳେ ପ୍ରଶାସନର ନଜର ଏହା ଉପରେ ପଡୁନାହିଁ । ଏହାର ସ୍ଥାୟୀ ପ୍ରତିକାର ନକରିବା ଫଳରେ ଲଗାତାର ଆଠ ବର୍ଷ ଧରି ଏଭଳି କ୍ଷତି ସହୁଥିବା ନେଇ ଅଭିଯୋଗ ଆଣିଛି ଚାଷୀ । ତେବେ ଏହି ସବୁ ସମସ୍ୟା ସମାଧାନ କରିବା ନିମନ୍ତେ ଆଜି ରାଢ଼ଙ୍ଗ ପଞ୍ଚାୟତର ଶତାଧିକ ଚାଷୀ ମାନେ ଏକ ଦାବୀପତ୍ର ଜିଲ୍ଲାପାଳକୁ ପ୍ରଦାନ କରିଵା ସହିତ ଜିଲ୍ଲାପାଳଙ୍କ କାର୍ୟ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଯଦି ଏହି ଦାବୀ ଗୁଡିକ ଶୀଘ୍ର ପୂରଣ ନକରାଯାଏ ଆଗାମୀ ଦିନରେ ଚାଷୀ ମାନେ ଜିଲ୍ଲାପାଳଙ୍କ କାର୍ୟାଳୟ ସମ୍ମୁଖରେ ଆମରଣ ଅନଶନ ବସି ରହିବେ ବୋଲି ଚେତାବନୀ ଦେଇଛନ୍ତି ।
ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ କ୍ଷତିଗ୍ରସ୍ତ ଚାଷୀଙ୍କ ବିକ୍ଷୋଭ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











