ଜଗତସିଂହପୁର : ‘ଶିଶୁ ହସିଲେ ଦୁନିଆ ହସେ’ ସେମାନେ ହେଲେ ଭବିଷ୍ୟତର ସୂତ୍ରଧର। ସେମାନଙ୍କର ଦକ୍ଷତା ଓ ପ୍ରତିଭାକୁ ପ୍ରସ୍ଫୁଟିତ କରିବା ପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଜଗତସିଂହପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ପାରୁଲ ପଟାୱାରୀ ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ହାର ଜିତକୁ ଭୁଲି ପ୍ରତ୍ୟେକ ପ୍ରତିଯୋଗିତାରୁ ଜୀବନର ଶିକ୍ଷା ଗ୍ରହଣ କରିବାକୁ ଉପଦେଶ ଦେଇଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ପ୍ରତିଟି ପିଲା ନିଜର ଦକ୍ଷତା ଓ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇଥାନ୍ତି ତେଣୁ କୌଣସି ସଙ୍କୋଚ ବା ଭୟ ନ କରି ଆଗକୁ ବଢ଼ି ସମସ୍ତେ ପ୍ରତିଯୋଗିତା ରେ ଭାଗ ନେବାପାଇଁ ଜିଲ୍ଲାପାଳ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଓଡିଶା ସରକାରଙ୍କ ଅଭିନବ ପ୍ରୟାସ ‘ଓଡିଶା ମିଲେଟ ପର୍ବ ‘ ଅନ୍ତର୍ଗତ ,ଓଡିଶା ତଥା ଜିଲ୍ଲା କୃଷି ବିଭାଗ ତରଫରୁ ଏବର୍ଷ ଆୟୋଜିତ ମିଲେଟ ପ୍ରତିଯୋଗିତା ୨୦୨୩ ରେ ମଧ୍ୟ ପିଲାମାନେ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲାପାଳ ଏହି ପରିପ୍ରେକ୍ଷୀରେ ପିଲାମାନଙ୍କ ପାଇଁ ଜରୁରୀ ସୁଷମ ଖାଦ୍ୟରେ ମିଲେଟ ର ଗୁରୁତ୍ବ ସଂପର୍କ ରେ ଅବଗତ କରାଇଥିଲେ। ଶିଶୁମାନେ ନରମ ମାଟି ସଦୃଶ, ତେଣୁ ସେମାନଙ୍କୁ ଉଚିତ୍ ଭାବରେ ଗଢିତୋଳିବା ର ଦାୟିତ୍ଵ ଶିକ୍ଷକ ଓ ଅଭିଭାବକ ମାନଙ୍କର।ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସଞ୍ଜୀବ କୁମାର ମୁଦାଲି ,ସଭାପତି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସମଗ୍ର ଶିକ୍ଷା ର ଜିଲ୍ଲା ପ୍ରକଳ୍ପ ସଂଯୋଜକ ନିରଞ୍ଜନ ବେହେରା ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଜ୍ୟଶ୍ରୀ ସାହୁ,ଜଗତସିଂହପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମିହିର କୁମାର ପାଲ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ।ଚଳିତ ବର୍ଷ ଏହି ଶିଶୁ ମହୋତ୍ସବ ରେ ଜିଲ୍ଲା ର ବିଭିନ୍ନ ବିଦ୍ୟାଳୟର ୨୮୮ ଜଣ ପ୍ରତିଯୋଗୀ ଯେଉଁମାନେ ପ୍ରଥମେ କ୍ଲଷ୍ଟର,ପରେ ବ୍ଲକ ସ୍ତରରେ ମନୋନୀତ ହୋଇ ଆଜି ଜିଲ୍ଲା ସ୍ତରରେ ଭାଗ ନେଇଛନ୍ତି।ଏଠାରେ ଉନ୍ନୀତ କୃତୀ ଛାତ୍ରଛାତ୍ରୀ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।ପରିଶେଷରେ ଜିଲ୍ଲା ଶିକ୍ଷା ଅଧିକାରୀ ସମସ୍ତ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ।
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି ‘ଓ ଓଡିଶା ମିଲେଟ ପ୍ରତିଯୋଗିତା-୨୦୨୩ ଅନୁଷ୍ଠିତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











