ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାପାଳ ସଦଭାବନ ସଭାଗୃହ ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ପାରୁଲ ପଟାୱାରୀ ଯୋଗ ଦେଇଥିବା ବେଳେ ତାଙ୍କ ସହିତ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ ରାଉତ, ଜିଲ୍ଲା ପରିଷଦ ଅଧକ୍ଷ ମନୋଜ କୁମାର ଭୋଇ, ଜଗତସିଂହପୁର ପୌରପରିଷଦର ଅଧ୍ୟକ୍ଷା ଅର୍ଚ୍ଚନା ସିଂ, ଜିଲ୍ଲା ଲୋକ ସମ୍ପର୍କ ସୂଚନା ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ଏବଂ ତାଙ୍କ ସହିତ ଅତିରିକ୍ତ ଜିଲ୍ଲା ଲୋକ ସମ୍ପର୍କ ସୂଚନା ଅଧିକାରୀଙ୍କ ସହିତ ଜିଲ୍ଲାର ସମସ୍ତ ବ୍ଲକର କାର୍ୟ୍ୟରତ ସାମ୍ବାଦିକ ମାନେ ଉପସ୍ଥିତ ରହି ଏହି କାର୍ୟ୍ୟକ୍ରମକୁ ସଫଳ ମଣ୍ଡିତ କରାଇଥିଲେ । ସମସ୍ତ ଅତିଥି ମାନେ ନିଜର ଅଭିଭାଷଣରେ ଗଣମାଧ୍ୟମର କାର୍ୟ୍ୟ ଶୈଳୀକୁ ପ୍ରଶଂସା କରିବା ସହିତ କିଭଳି ଭାବେ ଗଣମାଧ୍ୟମ ତୃଣମୂଳ ସ୍ତରରେ ଥିବା ସମସ୍ୟାକୁ ପ୍ରଶାସନର ଦୃଷ୍ଟି ଗୋଚର କରିବା ସହିତ ଏହାକୁ ଲୋକ ଲୋଚନକୁ ଆଣିଥାଏ ଓ ଏହି ସମସ୍ୟା ସମାଧାନ ନିମନ୍ତେ ମାର୍ଗ ଦର୍ଶକ ହୋଇଥାଏ ତାହାକୁ ନେଇ ପ୍ରଶଂସା କରିଥିଲେ । ଅନ୍ୟପଟେ କୃତ୍ରିମ ବୃଦ୍ଧିମତା ଯୁଗରେ ଗଣ ମାଧ୍ୟମ ତାର କାର୍ୟ୍ୟ ବୃଦ୍ଧି ପାଉଛି ଓ ଲୋକଙ୍କ ପାଖରେ ଶୀଘ୍ର ଗୁରୁତ୍ୱ ପୁର୍ଣ୍ଣ ଖବର ଦେବାରେ ସକ୍ଷମ ହୋଇପାରିଛି ତାହାକୁ ନେଇ ମଧ୍ୟ ଅତିଥି ମାନେ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଶୁଭେଚ୍ଛା ଜଣାଇ ଥିଲେ । ଶେଷରେ ଗଣମାଧ୍ୟମର କିଛି ବରିଷ୍ଠ ସାମ୍ବାଦିକ ନିଜର ଅଭିଭାଷଣ ରଖି ଖବର ସଂଗ୍ରହ ଓ ସୂଚନା ଦେବା କ୍ଷେତ୍ରରେ ଗଣ ମାଧ୍ୟମ ଓ ପ୍ରଶାସନର କିଭଳି ଭାବେ ସବୁ କ୍ଷେତ୍ରରେ ସାହାଯ୍ୟ ଯୋଗାଇ ଦେବ ସେ ସମ୍ବନ୍ଧରେ ଜିଲ୍ଲାପାଳଙ୍କ ଦୃଷ୍ଟି ଗୋଚର କରାଇଥିବାର ଦେଖାଯାଇଛି ।
ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











