ଭୁବନେଶ୍ୱର : ଜିରୋ ନାଇଟ ସେଲିବ୍ରେସନ ବେଳେ ଟ୍ୱିନ ସିଟିରେ କଡା ସୁରକ୍ଷା । ପୋଲିସ ଛାଉଣୀରେ ରହିବ ଟ୍ୱିନସିଟି । ୫୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ସୂଚନା ଦେଲେ ପୋଲିସ କମିଶନର ସୈାମେନ୍ଦ୍ର ପ୍ରିୟଦର୍ଶୀ । ଟ୍ୱିନ ସିଟିରେ ବୁଲିବେ ସିପିଙ୍କ ସ୍ପେଶାଲ ସ୍କ୍ୱାଡ । ରାସ୍ତାରେ ମଦୁଆଙ୍କୁ ଧରିଲେ , ଅନ ଦ ସ୍ପଟ ଆକ୍ସନ ନେବ ପୋଲିସ । ସବୁ ଛକରେ ଚେକିଂ ଓ ବ୍ଲକିଂ ହେବ , ସାବାଡ ହେବେ ରୋଡ ରୋମିଓ । ଫୋକସରେ ବାର ଏବଂ ପବ ନିୟମ ଭାଙ୍ଗିଲେ କଡା କାର୍ଯ୍ୟାନୁଷ୍ଠାନ । ଯେଉଁ ହୋଟେଲ୍ କିମ୍ବା ବାର୍ ମାଲିକମାନେ ୧ଟା ୩୦ ଯାଏ ଖୋଲିବାକୁ ଚାହିଁବ, ସେଥିପାଇଁ ସ୍ୱତନ୍ତ୍ର ଅନୁମତି ନେବାକୁ ପଡ଼ିବ । ପାର୍କିଂ ପାଇଁ ସ୍ୱତନ୍ତ୍ର ସିକ୍ୟୁରିଟି ବ୍ୟବସ୍ଥା କରିବାକୁ ପଡ଼ିବ । ଗ୍ରାହକ ଯେପରି ଅଧିକ ମଦ୍ୟପାନ ନକରନ୍ତି ସେଥିପ୍ରତି ବାର୍ ଓ ହୋଟେଲ କର୍ତୃପକ୍ଷ ଧ୍ୟାନ ଦେବେ ବୋଲି ଗାଇଡଲାଇନରେ ନିର୍ଦ୍ଦେଶ ରହିଛି । ସେହିପରି ରାଜଧାନୀକୁ ସୁରକ୍ଷା ଯୋଗାଇ ଦେବାକୁ ୨୦ ପ୍ଲାଟୁନ ପୋଲିସ ଫୋର୍ସ ଜଗିବେ ବୋଲି ସୂଚନା ରହିଛି । ମଦୁଆଙ୍କ ପାଇଁ ସ୍ପେଶାଲ ୫ଟିି ପିସିଆର ଭ୍ୟାନ ବୁଲିବ । ୩୧ ତାରିଖ ଅପରାହ୍ନରୁ ସମ୍ବେଦନଶୀଳ ଜାଗା ଓ ତାରକା ହୋଟେଲ ସମ୍ମୁଖରେ ପୋଲିସ ପଇଁତରା ମାରିବ ।
ଜିରୋ ନାଇଟ ସେଲିବ୍ରେସନ ଗାଇଡ ଲାଇନ, ଟ୍ୱିନ୍ ସିଟିରେ କଡା ସୁରକ୍ଷା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











