The Ultimate Managed Hosting Platform
ADVERTISEMENT

ଜିରାଙ୍ଗ ଠାରେ ପହଞ୍ଚିଲା ଶ୍ରୀ ରାମ ମନ୍ଦିର ପ୍ରତିଷ୍ଠା ଅକ୍ଷତ କଳସ ଓ ନିମନ୍ତ୍ରଣ ପତ୍ର

Facebook
Twitter
LinkedIn

ଜିରାଙ୍ଗ : ଅଯୋଧ୍ୟ୍ୟା ରେ ପ୍ରଭୁ ଶ୍ରୀ ରାମଙ୍କ ମନ୍ଦିର ପ୍ରତିଷ୍ଠା ଆସନ୍ତା ଜାନୁଆରୀ ୨୨ ତାରିଖ ହେବାକୁ ଯାଉଥିବା ବେଳେ ବର୍ତମାନ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅକ୍ଷତ କଳସ ଓ ନିମନ୍ତ୍ରଣ ପତ୍ର ପରିକ୍ରମା କରାଯାଉଅଛି । ସେହିଭଳି ରାୟଗଡ ବ୍ଲକର ଜିରାଙ୍ଗ ଗ୍ରାମରେ ଥିବା ଶ୍ରୀ ବଳଦେବ ଜୀଉ ପୀଠରେ ଶହ ଶହ ରାମ ଭକ୍ତଙ୍କ ସମାଗମ ସହିତ ଅଯୋଧ୍ୟ୍ୟା ରୁ ପହଂଚି ଥିବା ଅକ୍ଷତ କଳସକୁ ଉଲ୍ଲାସର ସହିତ ବନ୍ଦାପନା ସହିତ ଗ୍ରାମର ସମସ୍ତ ସାହିକୁ ପରିକ୍ରମା କରାଯାଇ ଥିଲା । ଏହି ପରିପ୍ରେକ୍ଷୀରେ ଜିରାଙ୍ଗ ଗ୍ରାମର ଶ୍ରୀ ବଳଦେବ ପୀଠ ରେ ଜୟ ଶ୍ରୀ ରାମ.. ଜୟ ଶ୍ରୀରାମ.. ଧ୍ୱନି ରେ କମ୍ପି ଉଠି ଥିଲା । ଯାହା ଶହ ଶହ ରାମ ଭକ୍ତଙ୍କ ସପ୍ନ ସାକାର ହେଇଛି ବୋଲି କିଛି ଭକ୍ତ ମତ ରଖିଥିଲେ । ଏଠାରେ ଜିରାଙ୍ଗ ବଳଦେବ ଜିଉଙ୍କ ପରିଚାଳନା କମିଟିର ସମ୍ପାଦକ ଆନନ୍ଦ ପାଇକ, ଭାଗ୍ୟରଥୀ ଗୌଡ଼, ବଜରଙ୍ଗ ଦଳର ଜିଲ୍ଲା ସମ୍ପାଦକ ଶ୍ୟାମ ସୁନ୍ଦର ଶବର,ଜିଲ୍ଲା ସତସଙ୍ଗ ପ୍ରମୁଖ ମୁକୁନ୍ଦ କାର୍ଜି, ସନ୍ୟା ଶବର,ମହେନ୍ଦ୍ର କୁମାର ବେହେରା, ସୁରେନ୍ଦ୍ର ଭୂୟାଁ ଓ ଜଗନ୍ନାଥ ଦଳେଇ ପ୍ରମୁଖ ଏହି କାଯ୍ୟକ୍ରମ କୁ ପରିଚାଳନା କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଜିତିବା ହାରିବା ଅଲଗା କଥା କିନ୍ତୁ ଲଢିବି ; ସ୍ନେହାଙ୍ଗିନୀ ଛୁରିଆ

ଜିତିବା ହାରିବା ଅଲଗା କଥା କିନ୍ତୁ ଲଢିବି ; ସ୍ନେହାଙ୍ଗିନୀ ଛୁରିଆ

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଥିବା ସ୍ନେହାଙ୍ଗିନୀ ଛୁରିଆଙ୍କ ପ୍ରତିକ୍ରିୟା । ମୁଁ ଓଡିଶା ସାରା ବୁଲୁଛି, ପାଖ ଦୂର କିଛି ନୁହେଁ,...

Login