ବାରିପଦା : ନାକେଦମ କଲାଣି ବାଘୁଣୀ ‘ଜିନତ’ । ଓଡ଼ିଶା ବନ ବିଭାଗ ପକ୍ଷରୁ ବାଘୁଣୀ ‘ଜୀନତ୍’ ବେକରେ ଲଗାଯାଇଥିବା ରେଡିଓ କଲାରକୁ ଭରସା କରିପାରୁନି ପଶ୍ଚିମବଙ୍ଗ ବନ ବିଭାଗ। ବାଘୁଣୀଟି ଅଧିକାଂଶ ସମୟରେ ଘଞ୍ଚ ଜଙ୍ଗଲରେ ବୁଲୁଥିବାରୁ ଏହି ରେଡିଓ କଲାର୍ ଦ୍ବାରା ସଠିକ୍ ଅବସ୍ଥିତି ଟ୍ରାକ୍ କରିବା ସହଜ ହେଉନି। ଫଳରେ ଏହାର ଗିତିବିଧି ଉପରେ ନଜର ରଖିବାରେ ସମସ୍ୟା ହେଉଛି। ପରିଣାମ ସ୍ବରୂପ ମଙ୍ଗଳବାର ଦିନ ଜଙ୍ଗଲ ନିକଟବର୍ତ୍ତୀ ଗାଁରେ ପଶି ୮ରୁ ଅଧିକ ଛେଳିଙ୍କୁ ଶିକାର କରିଛି ଜୀନତ୍। ବନ ବିଭାଗର ଶତାଧିକ କର୍ମଚାରୀ ବିଭିନ୍ନ ଅଞ୍ଚଳରେ ମୁତୟନ ହୋଇଥିଲେ ବି ‘ଜୀନତ୍’ ସମସ୍ତଙ୍କୁ ଚକ୍ମା ଦେଇ ଜନବସତିରେ ପଶିଥିଲା। ତେଣୁ ସ୍ଥାନୀୟ ଲୋକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଫଳରେ ପଶ୍ଚିମବଙ୍ଗ ବନ ବିଭାଗ ସୁନ୍ଦରବନ ସୁରକ୍ଷା ଢାଞ୍ଚାକୁ ଆପଣାଇ ୬ଟି ସ୍ମାର୍ଟ କ୍ୟାମେରା ସହ ନାଇଲନ୍ ଜାଲର ଫେନ୍ସିଂ କରାଯାଇଛି। ବାଘୁଣୀକୁ ଧରିବା ପାଇଁ ବନ ବିଭାଗ ଖାଦ୍ୟ ଲୋଭ ଦେଖାଇ ପିଞ୍ଜରା ଓ ଜାଲ ବସାଇଥିଲେ। ହେଲେ ପରବର୍ତ୍ତୀ ସମୟରେ କିଛି ସମୟ ପାଇଁ ଟ୍ରାକ୍ କରିବାରେ ବିଫଳ ହୋଇଥିଲେ ବନ କର୍ମଚାରୀ। ଏହି ସମୟରେ ଜଙ୍ଗଲରୁ ବାହାରି ଗାଁରେ ପଶିବା ସହ ଛେଳି ଶିକାର କରିଥିଲା ଜୀନତ୍। ବାଘୁଣୀ ବେକରେ ଲାଗିଥିବା ରେଡିଓ କଲାରକୁ ଭରସା କରିବାରୁ ଏମିତି ଘଟିଲା ବୋଲି ପଶ୍ଚିମବଙ୍ଗ ପୁରୁଲିଆ ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ତେଣୁ ଏବେ ଜୀନତ୍ ବୁଲୁଥିବା ବାନ୍ଦୋଆଁ ଜଙ୍ଗଲରେ ୬ଟି ସ୍ମାର୍ଟ କ୍ୟାମେରା ଲଗାଇଛି ପଶ୍ଚିମବଙ୍ଗ ବନ ବିଭାଗ। ୨ଟି ସ୍ବତନ୍ତ୍ର ଟିମ୍ ଏହି କ୍ୟାମରାର ପ୍ରତିଟି ଦୃଶ୍ୟକୁ ଯାଞ୍ଚ କରୁଛନ୍ତି। ଲୋକଙ୍କ ସୁରକ୍ଷା ପାଇଁ କେବଳ ଜିପିଏସ୍ ସର୍ଭେଲାନ୍ସ ଉପରେ ନିର୍ଭର ନକରି ଏହି ବ୍ୟବସ୍ଥା କରାଯାଇଛି।
‘ଜିନତ’ ପାଇଁ ସୁନ୍ଦରବନ ଢାଞ୍ଚା, ଗାଁ ଚାରିପଟେ ଟଣାଗଲା ନାଇଲନ ଜାଲ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











