ବେଙ୍ଗାଲୁରୁ : ଜିକା ଭାଇରସ୍ ଚିହ୍ନଟ ହେବା ପରେ କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ ହାଇ ଆଲର୍ଟରେ । ରାଜ୍ୟରେ ୬୮ଟି ସ୍ଥାନରେ ଜିକା ଭାଇରସ୍ ପାଇଁ ମଶାଙ୍କ ପରୀକ୍ଷା କରାଯାଇଛି। ଏହି ଭାଇରସ୍ ଚିକ୍କାବଲ୍ଲାପୁର ଜିଲ୍ଲାର ଏକ ମଶାଠାରୁ ମିଳିଥିଲା। ଏଠାରୁ ୬ଟି ନମୁନା ନିଆଯାଇଥିଲା। ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଅଗଷ୍ଟରେ ପରୀକ୍ଷା ପାଇଁ ନମୁନା ପଠାଯାଇଥିଲା। ଅକ୍ଟୋବର ୨୫ରେ ଫଳାଫଳ ଆସିଥିଲା। ଟାଲକେବେଟାର ୫ କିଲୋମିଟର ମଧ୍ୟରେ ଆଲର୍ଟ ଜାରି କରାଯାଇଛି।
ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ମୁତାବକ, ସାରା ରାଜ୍ୟରୁ ପାଖାପାଖି ୧୦୦ଟି ନମୁନା ସଂଗ୍ରହ କରାଯାଇଥିଲା। ଚିକ୍କାବଲ୍ଲାପୁରରୁ ନିଆଯାଇଥିବା ୬ଟି ନମୁନା ମଧ୍ୟରୁ ୫ଟି ନକାରାତ୍ମକ ଥିଲା। ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ନେଇ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଛି, ଯେଉଁଥିରେ ପ୍ରାରମ୍ଭିକ ପର୍ଯ୍ୟାୟରେ ସଙ୍କଟ ଦୂର କରିବା ପାଇଁ ଅଧିକାରୀମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।
Views: 93











