The Ultimate Managed Hosting Platform
ADVERTISEMENT

ଜାମ୍ମୁ ଓ କାଶ୍ମୀରରେ ଏନଆଇଏ ରେଡ

Facebook
Twitter
LinkedIn

ଜାମ୍ମୁ ଓ କାଶ୍ମୀର: ଟେରର ଫଣ୍ଡିଂ ପ୍ରସଙ୍ଗରେ ଜାମ୍ମୁ ଓ କାଶ୍ମୀରରେ ଏନଆଇଏ ରେଡ। ଆତଙ୍କବାଦୀ ସଂଗଠନ ସହ ଲିଙ୍କ ଏବଂ ହମଲା ଯୋଜନା କରିବା ଅଭିଯୋଗରେ ଏନଆଇଏ ଏହି ଚଢାଉ କରିଥିଲା । ପୁଞ୍ଚରେ ନିକଟରେ ୫ ଯବାନଙ୍କ ସହିଦ ପରେ ଏନଆଇଏ ଆକ୍ସନ ମୋଡକୁ ଆସିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଛାପା ମାରିଛି ଜାତୀୟ ତଦନ୍ତକାରୀ ସଂସ୍ଥା । ଦକ୍ଷିଣ କାଶ୍ମୀରର ପୁଲୱାମା, ସୋପିଆନରେ ଜୋରଦାର ଚଢାଉ ହୋଇଛି । ମୋଟ ୧୩ଟି ସ୍ଥାନରେ ଚଢାଉ ଚାଲିଛି। ବଡଗାଓଁ, ସୋପିଆନ, ପୁଲୱାମା, ଶ୍ରୀନଗର, ଅନନ୍ତନାଗ ଅଞ୍ଚଳରେ ରେଡ ଚାଲିଛି। ଏହି ଅଞ୍ଚଳରେ ଛଦ୍ମବେଶୀ ଆତଙ୍କୀ ସଂଗଠନ ପାକିସ୍ତାନ ଲିଙ୍କରେ ଆତଙ୍କବାଦୀ କାର୍ୟ୍ୟକଳାପ ଚଳାଇଥିବା ଅଭିଯୋଗ ହୋଇଆସୁଛି । ମେ’ ୧୧ ତାରିଖରେ ଏନଆଇଏ ବାରାମୁଲାରେ ରେଡ ମଧ୍ୟ କରିଥିଲା । କାଂଶୀପୁରାର ଅବଦ୍ଦୁଲ ଖଲିକ, ସୟଦ କରିମର ଜାଭିଦ ଅହମଦ ଧୋବୀ, ସାଙ୍ଗ୍ରୀ କଲୋନିର ସୋଏବ ଅହମଦ ଚୁରଙ୍କ ଘରେ ଛାପା ମାରିଥିଲା ଏନଆଇଏ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login