ନୂଆଦିଲ୍ଲୀ : ଜାମିଆ ବିଶ୍ୱ ବିଦ୍ୟାଳୟର ୧୪ ଛାତ୍ରଙ୍କୁ ଅଟକ ରଖିଲା ପୋଲିସ । ଏହି ଛାତ୍ର ମାନେ ପ୍ରତିବାଦ ସମୟରେ ବିଶ୍ୱ ବିଦ୍ୟାଳୟର କ୍ୟାଣ୍ଟିନକୁ ବନ୍ଦ କରି ବାହାରେ ବସି ପ୍ରତିବାଦ କରିଥିଲେ ଏବଂ କ୍ୟାଣ୍ଟିନରେ ଭଙ୍ଗାରୁଜା କରିଥିଲେ । ଖବର ମୁତାବକ, ୨୦୧୯ ମସିହାରେ ଜାମିଆରେ ପୋଲିସ ଗୁଳିର ବିରୋଧ କରି ଦୁଇଜଣ ପିଏଚଡି ଛାତ୍ରଙ୍କ ମୃତ୍ୟୁ ହୋଇଥିଲା । ତେଣୁ ଛାତ୍ରମାନେ ଏମାନଙ୍କ ବାର୍ଷିକୀ ପାଳନ କରିବାକୁ ଚାହୁଁଥିଲେ । କିନ୍ତୁ ବିଶ୍ୱବିଦ୍ୟାଳୟ ପ୍ରଶାସନ ଏହାକୁ ଅନୁମତି ଦେଇ ନଥିଲା । ଏହା ସତ୍ତ୍ୱେ ମଧ୍ୟ ଛାତ୍ରମାନେ ସେମାନଙ୍କର ଅନ୍ୟ ବନ୍ଧୁମାନଙ୍କ ସହିତ ଏକ କାର୍ୟ୍ୟକ୍ରମ ପରିଚାଳନା କରୁଥିଲେ, ଯାହା ପରେ ସେମାନଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଦିଆଯାଇଥିଲା । ଏହି ପ୍ରଦର୍ଶନ ସମୟରେ ବିଶ୍ୱବିଦ୍ୟାଳୟର ମେୱାତି ଛାତ୍ର ସଂଘର ଛାତ୍ର ଏବଂ ଛାତ୍ରମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା, ଯାହା ପରେ ପୋଲିସ ଏହି ମାମଲାରେ ଏକ ଏଫଆଇଆର ରୁଜୁ କରିଥିଲା । ଏହି ୧୪ ଜଣ ଛାତ୍ରଙ୍କୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ପୋଲିସ ହେପାଜତକୁ ନେଇଛି ।
ଜାମିଆ ବିଶ୍ୱ ବିଦ୍ୟାଳୟର ୧୪ ଛାତ୍ରଙ୍କୁ ଅଟକ ରଖିଲା ପୋଲିସ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











