ନୂଆଦିଲ୍ଲୀ : ଜାପାନରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ପ୍ୟାନେଲ ଦେଶରେ ପ୍ରଥମ ଥର ଗର୍ଭପାତ ବଟିକାକୁ ଅନୁମୋଦନ କରିଛି। ଜାପାନ ଟାଇମ୍ସ ରିପୋର୍ଟ ଅନୁସାରେ, ପ୍ୟାନେଲ ବ୍ରିଟେନର ଲାଇନ୍ଫାର୍ମା ଇଣ୍ଟରନ୍ୟାସନାଲ ଲିମିଟେଡ ଦ୍ୱାରା ନିର୍ମିତ ଗର୍ଭପାତ ବଟିକା ‘ମେଫିଗୋ ପିଲ୍’କୁ ଅନୁମୋଦନ କରିଛି। ଯଦିଓ ଏହା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇପାରି ନାହିଁ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ପ୍ୟାନେଲ୍ ଏହି ନିଷ୍ପତ୍ତି ପୂର୍ବରୁ ଏକ ଅନଲାଇନ୍ ସର୍ଭେ କରିଥିଲା, ଯେଉଁଥିରେ ୧୨,୦୦୦ ଜନସାଧାରଣଙ୍କ ମତାମତ ସଂଗ୍ରହ କରାଯାଇ ତାହା ଉପରେ ସମୀକ୍ଷା କରାଯାଇଥିଲା। ଏବେ ଏହା ଉପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ଜାପାନ ଟାଇମ୍ସ ରିପୋର୍ଟ ଅନୁସାରେ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କଠାରୁ ଶେଷ ଅନୁମୋଦନ ମିଳିବାର ଆଶା ରହିଛି।
Views: 108











