ନୂଆଦିଲ୍ଲୀ : ଫୁମିଓ କିଶିଦା ଭାଷଣ ଦେବା ସମୟରେ ବିସ୍ଫୋରଣ ହୋଇଛି । ଜାପାନ ପ୍ରଧାନମନ୍ତ୍ରୀଙ୍କ ଉପରେ ସ୍ମୋକ୍ ବମ୍ ହମ୍ଲା । ଏଥିରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା । ସଭାସ୍ଥଳରୁ ସୁରକ୍ଷିତ ଭାବେ ତାଙ୍କୁ ଉଦ୍ଧାର କରାଯାଇଛି। ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି । ବିସ୍ଫୋରଣ ପରେ ସଭାସ୍ଥଳରେ ଉପସ୍ଥିତ ଲୋକେ ଜୀବନ ରକ୍ଷାପାଇଁ ସେଲଟର୍ ରୁମ୍କୁ ଦୌଡ଼ିଥିଲେ । କୌଣସି କ୍ଷୟକ୍ଷତି ନେଇ ସୂଚନା ନାହିଁ । ଏହା ପୂର୍ବରୁ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ଗତବର୍ଷ ଏକ ନିର୍ବାଚନୀ କ୍ୟାମ୍ପେନରେ ଭାଷଣ ଦେବା ବେଳେ ଜଣେ ଦୁର୍ବୃତ୍ତ ଗୁଳିମାଡ଼ କରିଥିଲା । ଛାତିରେ ଗୁଳି ବାଜିଥିବାରୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।
Views: 66