ଭୁବନେଶ୍ୱର : ୭ ଦିନିଆ ଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସହ ଜାପାନ ଗସ୍ତ ଆରମ୍ଭ । ଶିଳ୍ପ ମନ୍ତ୍ରୀ , ମୁଖ୍ୟ ସଚିବ , ଶିଳ୍ପ ସଚିବ , ଆଇଟି ସଚିବ , ଆଇପିଆଇସିଓଏଲ ଏମଡି ସାମିଲ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଓ ସ୍ୱତନ୍ତ୍ର ସଚିବ ମଧ୍ୟ ଗସ୍ତରେ ସାମିଲ । ଆଇଟି , ଶିଳ୍ପ , ପର୍ଯ୍ୟଟନ ଓ କ୍ରୀଡା କ୍ଷେତ୍ର ପାଇଁ ନିବେଶକାରୀଙ୍କୁ ଭେଟିବେ । ଜାପାନରେ ନିବେଶକଙ୍କୁ ନିମନ୍ତ୍ରଣ କରିବେ ମୁଖ୍ୟମନ୍ତ୍ରୀ । ଟୋକିଓ ଏବଂ କ୍ୱୋଟୋରେ ନିବେଶକ ସମ୍ମିଳନୀରେ ଯୋଗ ଦେବେ । ପୁଞ୍ଜି ନିବେଶ ନେଇ ଜାପାନୀ ଉଦ୍ୟୋଗୀଙ୍କ ସହ ହେବ ଆଲୋଚନା । ଟୋକିଓରେ ଓଡିଆ ସମୁଦାୟଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ । ଆଇଟି , ଶିଳ୍ପ , ପର୍ଯ୍ୟଟକ ଓ କ୍ରୀଡା କ୍ଷେତ୍ରକୁ ଫୋକସ ।
Views: 66