ଭୁବନେଶ୍ୱର : ଜାନୁଆରୀରେ ଥରାଇବ । ରାଜ୍ୟରେ ଅସ୍ତବ୍ୟସ୍ତ କରୁଛି ଶୀତ । ୩ରୁ ୫ ଡିଗ୍ରୀ ପର୍ୟ୍ୟନ୍ତ କମିଲା ରାତି ତାପମାତ୍ରା । ଦେଶର ପୂର୍ବ ଭାଗରେ ଥିବା ଗୁରୁଚାପ ବଳୟଟି ପଶ୍ଚିମ ଦିଗକୁ ଗତି କରୁଥିବାରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ବଢିଛି । ପ୍ରଭାବରେ ରାତିର ତାପମାତ୍ରା ଅହେତୁକ ଭାବରେ କମିଥିବା ଆକଳନ କରାଯାଇଛି । ଜାନୁଆରୀ ପ୍ରଥମ ସପ୍ତାହ ପର୍ୟ୍ୟନ୍ତ ରାଜ୍ୟରେ ଶୀତ ଲାଗି ରହିବ । ଶୀତ ସହ ଘନ କୁହୁଡି ଅସ୍ତବ୍ୟସ୍ତ କରିବ । ସେପଟେ ଅସହ୍ୟ ଜାଡ଼ରେ ଥରୁଛି ମୟୂରଭଞ୍ଜ । ଶିମିଳିପାଳର ଚହଲାରେ ୫ ଡିଗ୍ରୀକୁ ଖସିଲା ପାରଦ ।
Views: 38