କେନ୍ଦ୍ରାପଡା : ପର୍ଯ୍ୟଟକଙ୍କ ପାଇଁ କୁମ୍ଭୀର ଗଣନା ପାଇଁ ଜାନୁଆରୀ ୫ରୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ଜାନୁଆରୀ ୫ରୁ ୧୩ ତାରିଖ ପର୍ୟ୍ୟନ୍ତ ଭିତରକନିକା ବନ୍ଦ ରହିବ । ୯ଦିନ ଧରି ବନ୍ଦ ରହୁଥିବାରୁ ପର୍ୟ୍ୟଟକଙ୍କୁ ନଆସିବାକୁ ରାଜନଗର ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବୋଟ୍ ଚଳାଚଳ ବନ୍ଦ ହେଲେ ନଦୀର ଜଳ ସ୍ଥିର ରହିବା ପରେ କୁମ୍ଭୀର ଗଣନା ହେବ । ଭିତରକନିକାରେ ଥିବା ନଦୀ ନାଳ ଗୁଡିକରେ ବଉଳା କୁମ୍ଭୀରଙ୍କ ଗଣନା କରାଯିବ । ସକାଳ ଓ ସନ୍ଧ୍ୟା ସମୟରେ ହୁଲି ଡଙ୍ଗା ସାହାଯ୍ୟରେ ହେବ ଗଣନା । ଗତବର୍ଷ ଭିତରକନିକାରେ ୧୭ଶହ ୯୩ଟି କୁମ୍ଭୀର ଗଣନା କରାଯାଇଥିଲା । ଚଳିତବର୍ଷ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା ରଖିଛି ବନବିଭାଗ।
Views: 72