ଭୁବନେଶ୍ୱର : ଜାନୁଆରୀ ୩ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ପ୍ରାଥମିକ ଆକଳନ ଅୁଯାୟୀ, ଏହା ଅଧିକ ଘନୀଭୂତ ହେବ । ତେବେ ଆସନ୍ତା ସପ୍ତାହେ ପର୍ୟନ୍ତ ଶୁଖିଲା ରହିବ ପାଗ । ହେଲେ ୨୮ ରୁ ୩୧ ମଧ୍ୟରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ପାଗ ଆଂଶିକ ମେଘୁଆ ରହିବ । ପଶ୍ଚିମା ଝଡ ପ୍ରଭାବ ବିଶେଷ ପଡିବାର ସମ୍ଭାବନା ନାହିଁ । କିନ୍ତୁ ପଶ୍ଚିମାଝଡ ପ୍ରଭାବରେ ୨୮ରେ ସୁନ୍ଦରଗଡ, ଝାରସୁଗୁଡା, ବରଗଡ଼, ନୂଆପଡା, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି ଅଞ୍ଚଳରେ ବର୍ଷା ହୋଇପାରେ । ସେହିଭଳି ୨୯ରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ସୁନ୍ଦରଗଡ଼ ଜିଲ୍ଲାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।
Views: 39