The Ultimate Managed Hosting Platform
ADVERTISEMENT

ଜାନୁଆରୀ ୨୨ରେ କାହିଁକି ହେବ ରାମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା?

Facebook
Twitter
LinkedIn

ଅଯୋଧ୍ୟା: ଉତ୍ତର ପ୍ରଦେଶ ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମଙ୍କ ଭବ୍ୟ ମନ୍ଦିର ନିର୍ମାଣକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଲାଗି ରହିଛି । ଭଗବାନ ଶ୍ରୀ ରାମଙ୍କର ବିରାଜମାନ ପାଇଁ ୨୦୨୪ ଜାନୁଆରୀ ୨୨ ତାରିଖକୁ ନିର୍ଦ୍ଧାରଣ କରାଯାଇଛି । ଏହି ଦିନର ୮୪ ସେକେଣ୍ଡକୁ ଅତି ଶୁଭ ମୁହୂର୍ତ୍ତ ବୋଲି କୁହାଯାଉଛି । କଣ ଆପଣଙ୍କ ମାନଙ୍କ ମନରେ ବି ପ୍ରଶ୍ନ ଉଠୁଛି କି ? ଜାନୁଆରୀ ୨୨କୁ କାହିଁକି ନିଆଯାଇଛି । ଆସନ୍ତୁ ଜାଣିବା ..
ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ ଜାନୁଆରୀ ୨୨ରେ କରାଯିବ । ୨୪ ତାରିଖ ଦିନ ୧୨ଟା ୨୯ ମିନିଟ ୮ ସେକେଣ୍ଡରୁ ୧୨ଟା ୩୦ ମିନିଟ ୩୨ ସେକେଣ୍ଡ ସମୟ ବହୁତ ଶୁଭ ରହିଛି । ଭଗବାନ ରାମଙ୍କ ପ୍ରାଣ ପ୍ରତିଷ୍ଠା ପରେ ମହା ପୂଜା ଏବଂ ମହାଆଳତୀ କରାଯିବ । ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ପୈାଷ ମାସ ଶୁକ୍ଲ ପକ୍ଷ ଦ୍ୱାଦଶୀ ତିଥିରେ ହେବ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ନକ୍ଷତ୍ର ମୃଗାଶିରା ଏବଂ ଯୋଗ ବ୍ରହ୍ମା ସକାଳ ୮ଟା ୪୭ ମିନିଟ ଯାଏଁ ରହିଛି ଏହା ପରେ ଇନ୍ଦ୍ର ଯୋଗ ଲାଗିବ ।
ଜ୍ୟୋତିଷଙ୍କ ଅନୁସାରେ ଜାନୁଆରୀ ୨୨ରେ ଶୁଭ ଯୋଗ ରହିଛି । ଏହି ଦିନ ୩ଟି ଶୁଭ ଯୋଗ ଯଥା ସର୍ବାର୍ଥ ସିଦ୍ଧ ଯୋଗ, ଅମୃତ ସିଦ୍ଧ ଯୋଗ ଏବଂ ଔରରବି ଯୋଗ ରହିଛି । କୈାଣସି ଶୁଭ କାମ କରିବାକୁ ହେଲେ ଏହି ଦିନ ସବୁଠୁ ଭଲ । ଏହି ଯୋଗରେ ଯଦି କୈାଣସି କାର୍ଯ୍ୟ କରାଯାଏ ତେବେ ବ୍ୟକ୍ତିଙ୍କୁ ସବୁ ପ୍ରକାରର ସଫଳତା ମିଳିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login