ବ୍ୟୁରୋ : ବେଲପତ୍ରକୁ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ । ମହାଦେବ ଶିବଙ୍କ ପାଖରେ ଅର୍ପଣ କରାଯାଏ ବେଲପତ୍ର । କିନ୍ତୁ ବେଲପତ୍ର ଆମ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ କଣ ଆପଣ ଜାଣିଛନ୍ତି କି ? ଆୟୁର୍ବେଦ ଅନୁଯାୟୀ, ବେଲପତ୍ରରେ ଅନେକ ଗୁଣ ଅଛି ଯାହା ଆମ ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖିଥାଏ । ଆଣ୍ଟିଅକ୍ସିଡାଣ୍ଟ ଏବଂ ପୁଷ୍ଟିକର ଉପାଦାନରେ ଭରପୂର ବେଲପତ୍ରରେ ଅନେକ ପୋଷକ ତତ୍ତ୍ୱ ମିଳିଥାଏ । ଏଥିରେ ଭିଟାମିନ୍ ଏ, ଭିଟାମିନ୍ ସି, ରାଇବୋଫ୍ଲାଭିନ୍, କ୍ୟାଲସିୟମ୍, ପୋଟାସିୟମ୍, ଫାଇବର, ଭିଟାମିନ୍ ଈ୧, ଈ୬, ଈ୧୨ ଭଳି ଜରୁରୀ ଉପାଦାନ ଥାଏ । ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରେ । ପ୍ରତିଦିନ ସକାଳେ ବେଲପତ୍ର ଖାଇବା ଦ୍ୱାରା ଶରୀରକୁ ଶୀତଳତା ମିଳିଥାଏ ।
କୋଷ୍ଠକାଠିନ୍ୟରେ ପୀଡିତ ବ୍ୟକ୍ତିମାନେ ନିଜ ଖାଦ୍ୟରେ ବେଲପତ୍ର ଅନ୍ତର୍ଭୁକ୍ତ କରିବା ଅତ୍ୟନ୍ତ ଜରୁରୀ । ବେଲପତ୍ରରେ ଟିକେ ଲୁଣ ଏବଂ ଗୋଲମରିଚ ଗୁଣ୍ଡ ଲଗେଇକି ଖାଇପାରିବେ । ଏହା ଆପଣଙ୍କୁ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ଦେବ । ଏହା ଅନ୍ତନଳୀରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ ।
ପେଟ ସମ୍ବନ୍ଧୀୟ ରୋଗ ପାଇଁ ବେଲପତ୍ର ଅତ୍ୟନ୍ତ ଲାଭଦାୟକ । ବିଶେଷକରି ଏହାକୁ ବ୍ଲୋଟିଙ୍ଗ ଏବଂ ଗ୍ୟାସ୍ ପାଇଁ ବ୍ୟବହାର କରିବା ଉଚିତ୍ । ଏହାର ବ୍ୟବହାର ଦ୍ୱାରା ହଜମ ଶକ୍ତି ମଧ୍ୟ ଶକ୍ତିଶାଳୀ ହୁଏ । ବେଲପତ୍ର ଖାଇବା ଆପଣଙ୍କ ପେଟକୁ ସଫା କରିଥାଏ । ଏଥିରେ ଉପସ୍ଥିତ ଥିବା ଲକ୍ସାଟିଭ୍ ପ୍ରଭାବ ଆପଣଙ୍କ ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ ।
ଜାଣନ୍ତୁ ବେଲପତ୍ରର ଉପକାରିତା ବିଷୟରେ, ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ?

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...