ବ୍ୟୁରୋ : ଆପଣମାନେ ତ ଜାଣିଥିବେ ଖାଦ୍ୟରେ ତେଜପତ୍ରର ବହୁଳ ବ୍ୟବହାର କରାଯାଏ । କିନ୍ତୁ, ଆପଣ ଜାଣିଛନ୍ତି କି ଏହାକୁ ଖାଦ୍ୟରେ ସାମିଲ କଲେ କେଉଁ ସବୁ ଲାଭ ମିଳିବ । ତାହେଲେ ଆସନ୍ତୁ ଜାଣିବା ତେଜପତ୍ରକୁ ଖାଦ୍ୟରେ ସାମିଲ କଲେ କଣ ଫାଇଦା ମିଳିବ । ଯେପରି ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ ଏବଂ ପେଟ ଫୁଲିବା, କୋଷ୍ଠକାଠିନ୍ୟ ଏବଂ ଡାଇରିଆ ଭଳି ସମସ୍ୟାକୁ ରୋକେ । ଏହା ବ୍ୟତୀତ, ଏହା ଆହୁରି ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେବାରେ ଲାଭଦାୟକ । କିନ୍ତୁ ଆଜି ଆମେ ଆପଣଙ୍କୁ ତେଜପତ୍ର ପାଣି ପିଇବାର ଲାଭ କହିବୁ ଯାହା ଶରୀରର ଅନେକ ସମସ୍ୟାରେ ଉପଯୋଗୀ ହୋଇପାରେ । ଏହା ସହିତ, ଆମେ ଏହାକୁ ତିଆରି କରିବାର ପ୍ରଣାଳୀ ମଧ୍ୟ ଜଣାଇବୁ ।
ତେଜପତ୍ର ପାଣି ହାର୍ଟକୁ ମଜବୁତ କରେ ଏବଂ ଖରାପ କୋଲେଷ୍ଟ୍ରଲକୁ କମ କରିବାରେ ସାହାଯ୍ୟ କରେ । ଏହିପରି ଭାବରେ ଏହା ହାର୍ଟ ସ୍ୱାସ୍ଥ୍ୟ ପାଇଁ ଅନେକ ଦିଗରେ ଲାଭଦାୟକ ।
ତେଜପତ୍ର ପାଣି ପିଇବା ଦ୍ୱାରା ଡାଇବେଟିସ ନିୟନ୍ତ୍ରଣ କରାଯାଇପାରିବ । ଏହା ଶରୀରରେ ଇନସୁଲିନ୍ ବୃଦ୍ଧି କରି ସୁଗାର ଲେବଲକୁ କମ କରିବାରେ ସାହାଯ୍ୟ କରିପାରିବ ।
ତେଜପତ୍ରରେ ଆଣ୍ଟିବ୍ୟାକ୍ଟେରିଆଲ୍, ଆଣ୍ଟିଭାଇରାଲ୍ ଏବଂ ଆଣ୍ଟି-ଇମ୍ଫ୍ଲେମାଟୋରୀ ଗୁଣ ଭରପୂର ଯାହା ଶ୍ୱାସକ୍ରିୟା ସଂକ୍ରମଣ ଏବଂ ଅନ୍ୟାନ୍ୟ ରୋଗକୁ ରୋକିବାରେ ସାହାଯ୍ୟ କରେ ।
ତେଜପତ୍ର ପାଣି ତିଆରି କରିବା ପାଇଁ, ୨ କପ ପାଣିରେ ୫ଟି ତେଜପତ୍ର ମିଶାଇ ଫୁଟାନ୍ତୁ । ପାଣିକୁ ପ୍ରାୟ ୧ କପ ପର୍ୟ୍ୟନ୍ତ ଫୁଟିବାକୁ ଦିଅନ୍ତୁ । ତା’ପରେ ଉପରେ ଟିକେ ଲୁଣ ମିଶାଇ ସେବନ କରନ୍ତୁ । ଦେଖିବେ ଆପଣଙ୍କ ଏହି ସବୁ ସ୍ୱାସ୍ଥ୍ୟ ସମସ୍ୟାରୁ ଆରାମ ପାଇପାରିବେ ।
ଜାଣନ୍ତୁ ତେଜପତ୍ର ପାଣିର ଉପକାରିତା, ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାରୁ ମିଳିବ ମୁକ୍ତି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











