ନୂଆଦିଲ୍ଲୀ : ଐତିହାସିକ ମୁହୂର୍ତ୍ତକୁ ଅପେକ୍ଷା । ଜହ୍ନରେ ପାଦ ଥାପିବ ଚନ୍ଦ୍ରଯାନ -୩ । ସଂଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରରେ ଅବତରଣ କରିବ ଚନ୍ଦ୍ରଯାନ-୩ । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରି ଇତିହାସ ରଚିବ ଭାରତ । ଚନ୍ଦ୍ର ଯାନ-୩ର ଲ୍ୟାଣ୍ଡିଂକୁ ନେଇ ସାରା ବିଶ୍ୱ ଅପେକ୍ଷାରତ । ମିଶନ ଚନ୍ଦ୍ର ଯାନ-୩ର ସଫଳତା ପାଇଁ ସବୁଠି ଚାଲିଛି ପୂଜାର୍ଚ୍ଚନା । ଚ ନ୍ଦ୍ର ଯାନ-୩ ଲ୍ୟାଣ୍ଡିଂ ବେଳେ ଭିସିରେ ଯୋଡି ହେବେ ପ୍ରଧାନମନ୍ତ୍ରୀ । ଦକ୍ଷିଣ ଆଫ୍ରିକାରୁ ଭିସିରେ ଯୋଡି ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ।
ଇସ୍ରୋର ଐତିହାସିକ ମିଶନର ସଫଳତା ପାଇଁ ପୁରାଦେଶ ଅପେକ୍ଷା କରିଥିବା ବେଳେ ଆମେରିକା ନ୍ୟୁଜର୍ସିରେ ଶ୍ରୀ ବାଲାଜୀ ମନ୍ଦିରରେ ଚାଲିଛି ପୂଜାର୍ଚ୍ଚନା । ଭାରତୀୟ ସମୁଦାୟ ଏକାଠି ହୋଇ ମନ୍ଦିରରେ ପୂଜାର୍ଚ୍ଚନା କରି ଚନ୍ଦ୍ରଯାନର ସଫଳତା କାମନା କରିଛନ୍ତି । ସେହିପରି ବ୍ରିଟେନରେ ମଧ୍ୟ ଭାରତୀୟ ସମୁଦାୟ ପୂଜାର୍ଚ୍ଚନ କରିଛନ୍ତି । ସେହିପରି ବାରାଣାସୀରେ ମଧ୍ୟ ହୋମଯଜ୍ଞ କରାଯାଇଛି । ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରେ ଯଜ୍ଞ କରାଯାଉଛି। ବନାରସର କାମାଖ୍ୟା ମନ୍ଦିରରେ ଯଜ୍ଞ କରାଯାଉଛି ଏବଂ ଲକ୍ଷ୍ନୌର ଇସ୍ଲାମିକ ସେଣ୍ଟର ଅଫ୍ ଇଣ୍ଡିଆରେ ଲୋକେ ନମାଜ ପଢୁଛନ୍ତି। ସେହିପରି ମଧ୍ୟପ୍ରଦେଶ ଖରଗୋନର ପ୍ରସିଦ୍ଧ ସିଦ୍ଧନାଥ ମହାଦେବ ମନ୍ଦିରରେ ପୂଜା ଏବଂ ଆଳତୀ କରାଯାଇଛି। କାମାକ୍ଷା ମନ୍ଦିରରେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ପୂଜାର୍ଚ୍ଚନା ସହ ମୁନ ମିଶନର ସଫଳତା ପାଇଁ କାମନା କରାଯାଇଛି । ମୁମ୍ବାଇରେ ଶିବସେନା ଉଦ୍ଧବ ଗୋଷ୍ଠୀ ପକ୍ଷରୁ ଚନ୍ଦ୍ରଯାନର ସଫଳତା ପାଇଁ ପୂଜାର୍ଚ୍ଚନା କରାଯାଇଛି । ପ୍ରୟାଗରାଜରେ ବି ଚନ୍ଦ୍ରଯାନ-୩ର ସଫଳ ଲ୍ୟାଣ୍ଡିଂ ପାଇଁ ହୋମଯଜ୍ଞ କରାଯାଇଛି । ଭୋପାଳର ବୈଷ୍ଣୋଧାମ ଆଦର୍ଶ ନବଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନ ସହ ଜଳ ଲାଗି କରାଯାଇଛି ।
ଜହ୍ନରେ ପାଦ ଥାପିବ ଚନ୍ଦ୍ରଯାନ -୩, ସଫଳ ଲ୍ୟାଣ୍ଡି ପାଇଁ ସବୁଠି ଚାଲିଛି ପୂଜାର୍ଚ୍ଚନା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











