ନୂଆଦିଲ୍ଲୀ :ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କଲା ଲ୍ୟାଣ୍ଡର । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ । ବିଶ୍ୱର ପ୍ରଥମ ଦେଶ ଭାବେ ଇତିହାସ ରଚିଲା । ସଫଳ ଲ୍ୟାଣ୍ଡିଂ ନେଇ ଘୋଷଣା କଲେ ଇସ୍ରୋ ମୁଖ୍ୟ । ସେପଟେ ମିଶନ ମୁନ୍ର ସଫଳତା ପରେ ଏବେ ମିଶନ ସୂର୍ୟ୍ୟ ଓ ଶୁକ୍ର ଟାର୍ଗେଟ୍। ଚନ୍ଦ୍ରଯାନ-୩ର ସଫଳ ସଫ୍ଟ ଲ୍ୟାଣ୍ଡିଂ ପରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜୋହାନ୍ସବର୍ଗରୁ ଟେଲିଫୋନ ଯୋଗେ ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥଙ୍କୁ ବଧେଇ ଜଣାଇଛନ୍ତି।
ଚନ୍ଦ୍ରର ଦକ୍ଷିଣ ମେରୁରେ ବିଶ୍ୱର କୌଣସି ଦେଶ ପହଞ୍ଚିପାରି ନ ଥିବା ବେଳେ ଆମ ବୈଜ୍ଞାନିକଙ୍କ କଠିନ ପରିଶ୍ରମ ଓ ନିଷ୍ଠା ବଳରେ ଆମେ ସେଠାରେ ପହଞ୍ଚିବାକୁ ସକ୍ଷମ ହୋଇଛି ବୋଲି ମୋଦି କହିଛନ୍ତି। ଏହି ସଫଳତା କେବଳ ଭାରତର ଏକାକୀ ସଫଳତା ନୁହେଁ, ବରଂ ପୂରା ମାନବସମାଜର ସଫଳତା।
କେବେ ଜହ୍ନ ବହୁ ଦୂର ବୋଲି କୁହାଯାଉଥିବା ବେଳେ ଏବେ ଏହା କେବଳ ଏକ ଭ୍ରମଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କହି ରଖୁଛୁ, ବୁଧବାର ସନ୍ଧ୍ୟା ୬ଟା ୪ ମିନିଟ୍ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିଛି ଲ୍ୟାଣ୍ଡର୍ ବିକ୍ରମ। ଭାରତର ଏହି ମୁନ୍ ମିଶନକୁ ସାରା ବିଶ୍ୱ ଅପେକ୍ଷା କରିଥିଲା।
ଜହ୍ନ ଜିତିଲା ଭାରତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











