ନୂଆଦିଲ୍ଲୀ : ଜଷ୍ଟିସ ଯଶବନ୍ତ ବର୍ମାଙ୍କୁ ସୁପ୍ରିମକୋର୍ଟଙ୍କ ଶକ୍ତ ଧକ୍କା । ଜଷ୍ଟିସ ବର୍ମାଙ୍କ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ଯାଞ୍ଚ କମିଟି ପ୍ରକ୍ରିୟାକୁ ପୂରା ପାଳନ କରିଛନ୍ତି । ଯାଞ୍ଚ ପ୍ରକ୍ରିୟାର ବୈଧତାକୁ ଚ୍ୟାଲେଞ୍ଚ କରି ସୁପ୍ରିମକୋର୍ଟ ଯାଇଥିଲେ । ଜଷ୍ଟିସ ବର୍ମାଙ୍କ ଘର ପରିସରରୁ ବିପୁଳ ପୋଡା ଟଙ୍କା ମିଲିଥିଲା । ଗତ ମାର୍ଚ୍ଚ ୧୪ ତାରିଖରେ ତତ୍କାଳୀନ ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ବାସଭବନ ଆଉଟ ହାଉସରେ ଅଗ୍ନିକାଣ୍ଡ ହୋଇଥିଲା । ନିଆଁ ଲିଭାଇବାକୁ ପହଞ୍ଚିଥିବା ଅଗ୍ନିଶମ କର୍ମଚାରୀ ବିପୁଳ ପରିମାଣର ନଗଦ ଟଙ୍କା ପୋଡି ଯାଇଥିବା ଦେଖିଥିଲେ । ବିଚାରପତିଙ୍କ ବାସଭବନରେ ଏତେ ଟଙ୍କା କୁଆଡୁ ଆସିଲା ତାକୁ ନେଇ ସାରା ଦେଶରେ ତୁମ୍ବିତୋଫାନ ହୋଇଥିଲା । ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନା ତିନି ଜଣ ବରିଷ୍ଠ ବିଚାରପତିଙ୍କୁ ନେଇ ଘଟଣା ସମ୍ପର୍କରେ ତଦନ୍ତ ପାଇଁ ମାର୍ଚ୍ଚ ୨୨ ତାରିଖରେ ଇନହାଉସ କମିଟି ଗଠନ କରିଥିଲେ । ଏହି କମିଟି ନିଜ ରିପୋର୍ଟରେ ଜଷ୍ଟିସ ବର୍ମାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା ।
ଜଷ୍ଟିସ ବର୍ମାଙ୍କୁ ଶକ୍ତ ଧକ୍କା

Facebook
Twitter
LinkedIn
Facebook
Twitter
LinkedIn
Recent News
ତଣ୍ଟିଚିପି ମାଆର ଜୀବନ ନେଲା ପୁଅ
ଆସିକା : ଦନ୍ତାରି ବଗଡ ଗାଁରେ ଘଟିଛି ଅମାନବୀୟ ଘଟଣା । ତଣ୍ଟି ଚିପି ମାଆର ଜୀବନ ନେଲା ପୁଅ । ଜମିବାଡି ବିବାଦ କଳହରୁ ହତ୍ୟା...
ଆଜିଠୁ ଓଡିଶାରେ କ୍ରୀଡା ମହାକୁମ୍ଭ
ଭୁବନେଶ୍ୱର : ଆଜିଠୁ ଓଡିଶାରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡା ମହାକୁମ୍ଭ । ପ୍ରଥମ ଥର ଭାରତରେ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର ବ୍ରୋଞ୍ଜ ।...
୧୫ରେ ଟ୍ରମ୍ପ-ପୁଟିନ ସାକ୍ଷାତ
ନୂଆଦିଲ୍ଲୀ : ଅଗଷ୍ଟ ୧୫ରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିବେ ଡୋନାଲ୍ଡ ଟ୍ରମ୍ପ । ଆମେରିକା ଆଲାସ୍କାରେ ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ କାର୍ଯ୍ୟକ୍ରମ । ୟୁକ୍ରେନ...
୨୦ ପରେ ନିଗମ, ବୋର୍ଡ କମିଟି ଗଠନ
ଭୁବନେଶ୍ୱର : ୧୫ କିମ୍ବା ୨୦ ତାରିଖ ପରେ ନିଗମ, ବୋର୍ଡ ଓ କମିଟି ହୋଇପାରେ । ଦିଲ୍ଲୀରୁ ଫେରି ପ୍ରତିକ୍ରିୟା ରଖିଲେ ବିଜେପି ସଭାପତି ମନମୋହନ...