ଆଳି : ଆଳି ନୂଆବଜାରରେ ଥିବା କପଡା ଗୋଦାମରେ ଅଗ୍ନିକାଣ୍ଡ । ପ୍ରାୟ ୫୦ ଲକ୍ଷର କପଡା ପୋଡି ନଷ୍ଟ । କେନ୍ଦ୍ରାପଡା ଜିଲ୍ଲା ଆଳି ନୂଆବଜ଼ାରରେ ଥିବା ନିୟୁ ଟ୍ରେଣ୍ଡ କ୍ଲଥ ଷ୍ଟୋରରେ ସକାଳୁ ସକାଳୁ ନିଆଁ ଲାଗିଥିବାର ଦେଖିବାକୁ ମିଳିଥିଲା । କ୍ଲଥ ଷ୍ଟୋରଟି ଜଳୁଥିବା ଦେଖି ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟଲୋକଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଛି । ଏଥି ସହ ପାଖରେ ଥିବା ଏକ ଇଲେକ୍ଟ୍ରି ଦୋକାନର ୩୦ଟି ଏଲିଇଡ଼ି ଟିଭି ଡ୍ରେସ ଦୋକାନରେ ଗଚ୍ଛିତ ଥିଲା ତାହା ମଧ୍ୟ ଜାଳିପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡ ଯୋଗୁ ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ।
Views: 74