ପାରଳାଖେମୁଣ୍ଡି : କାଜୁ ଫ୍ୟାକ୍ଟ୍ରିରେ ବଡ ଧରଣର ଅଘଟଣ । ଗୋଷାଣୀ ବ୍ଲକ ରାବଣ୍ୟଗଡରେ କାଜୁ ଫ୍ୟାକ୍ଟ୍ରି ଜଳିଗଲା । ନିଆଁ ଲାଗି ସମ୍ପୁର୍ଣ୍ଣ ଫ୍ୟାକ୍ଟ୍ରି ନଷ୍ଟ ହୋଇଯାଇଥିବା ସୂଚନା ରହିଛି । ଗତକାଲି ବିଳମ୍ବିତ ରାତିରେ ଫ୍ୟାକ୍ଟ୍ରିରେ ଅଚାନକ ନିଆଁ ଲାଗି ଯାଇଥିଲା । ପାରଳାଖେମୁଣ୍ଡି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି । ଏବେ ନିଆଁକୁ ଆୟତ୍ତ କରି ପାରିନି ଅଗ୍ନିଶମ ବାହିନୀ । ତେବେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।
Views: 30











