ବଣାଇ : ଗୁରୁଣ୍ଡିଆ ବାଦଲଗିରି ଜଳପ୍ରପାତରେ ଭାସିଗଲେ ଯୁବକ । ପିକନିକ ପାଇଁ ଆସିଥିବା ବେଳେ ଭାସିଗଲେ । ଉଦ୍ଧାର ଉଦ୍ୟମ ଜାରି । ରାଜଗାଙ୍ଗପୁରରୁ ୧୩ ଯୁବକ ପିକନିକ କରିବାକୁ ଆସିଥିଲେ । ସେମାନଙ୍କ ମଧ୍ୟରୁ ୫ଜଣ ଜଳପ୍ରପାତରେ ଗାଧୋଉଥିବା ବେଳେ ଗୌରବ ପାଣିରେ ବୁଡ଼ି ନିଖୋଜ ହୋଇଛନ୍ତି। ଗୁରୁଣ୍ଡିଆ ଥାନାରେ ଅଭିଯୋଗ ପରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି । ପୂର୍ବରୁ ଏଭଳି ଅଘଟଣ ଯୋଗୁଁ ପ୍ରଶାସନ ପକ୍ଷରୁ ଜଳପ୍ରପାତକୁ ସିଲ୍ କରାଯାଇଥିଲା । ଏବେ ପୁଣି ଖୋଲିବା ପରେ ଏଭଳି ଘଟଣା ଘଟୁଥିବା ନଜରକୁ ଆସୁଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।
Views: 13