ବରଗଡ : ଜମୁଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ମଥୁରା ନଗରୀରେ ଆରମ୍ଭ ହେଲା କଂସର ରାଜୁତି । ଉଦଘାଟିତ ହୋଇଛି ୭୭ ତମ ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା । ବରଗଡ଼ ସହର ପାଲଟିଛି ଦ୍ବାପର ଯୁଗର ମଥୁରା ନଗରୀ । ଅମ୍ବାପାଲି ପାଲଟିଛି ଗୋପପୁର । ଆଉ ଜୀରା ନଦୀ ଏବେ ଯମୁନା । ୧୧ ଦିନ ଧରି ବିଶ୍ବର ସର୍ବବୃହତ ମୁକ୍ତାକାଶ ରଂଗ ମଞ୍ଚରେ କୃଷ୍ଣଲୀଳା ପରିବେଷଣ ହେଉଛି । ଉଦଘାଟନୀ ଦିବସରେ ରାଜକୀୟ ଆଡମ୍ବର ସହ ଦେବକୀ – ବସୁଦେବଙ୍କ ବିବାହ ସମ୍ପନ୍ନ ହୋଇଥିଲା । ମହାରାଜ ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ସିଂହାସନ ଆରୋହଣ କରିଛନ୍ତି ମହା ପ୍ରତାପୀ କଂସାସୁର । ଦେବକୀଙ୍କ ଅଷ୍ଟମ ଗର୍ଭ ସନ୍ତାନ ହେବ କଂସର ମୃତ୍ୟୁର କାରଣ । ଦୈବବାଣୀ ହେବା ପରେ କଂସ ବିବ୍ରତ ହୋଇପଡିଛି । ଦେବକୀ – ବସୁଦେବଙ୍କୁ ବନ୍ଦୀ କରି କାରାଗାର ପ୍ରେରଣ କରିଛି । ଆଜି ଧନୁଯାତ୍ରାର ଦ୍ବିତୀୟ ଦିବସରେ ମଥୁରା ବାସୀ ମନୋରଞ୍ଜନ ପାଇଁ ଉଦଘାଟନ ହେବ ରଂଗମହଲ । ଦେବକୀ ଙ୍କ ଅଷ୍ଠମ ଗର୍ଭ ରୁ ଶ୍ରୀକୃଷ୍ଣଙ୍କ ଜନ୍ମ ସହ କଂସଙ୍କ ଉପରେ ବସୁଦେବ କୃଷ୍ଣଙ୍କୁ ନେଇ ଗୋପପୁର ଯାତ୍ରା ।
ଜମୁଛି ବରଗଡ ଧନୁଯାତ୍ରା, ପ୍ରଥମ ଦିନରେ ଉଗ୍ରସେନ ଗାଦିଚ୍ୟୁତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











