ଜଗତସିଂହପୁର : ଗୋଚର ଜମି ଜବରଦଖଲକାରୀକୁ ଘଣ୍ଟ ଘୋଡାଉଛି ତହସିଲ ପ୍ରଶାସନ।ସରକାରୀ ସଂରକ୍ଷିତ ଗୋଚର ଜମି ଚିହ୍ନଟ କରି ଜବରଦଖଲକାରୀକୁ ନୋଟିସ ଓ ଜୋରିମାନା କରିବା ପରେ ବି ଜବରଦଖଲ ଉଛେଦ ହେଉନାହିଁ।ଏହାକୁ ପ୍ରତିବାଦ କରି ଗ୍ରାମବାସୀ ତହସିଲ କାର୍ୟ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣାରେ ବସିଛନ୍ତି।ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଏରସମାରେ। ଏରସମା ତହସିଲ ଅଧିନ କେନ୍ଦୁରୀଶାଳ ରାଜସ୍ୱ ଗ୍ରାମର ଖାତା ନମ୍ବର-୧୨୨,ପ୍ଲଟ ନମ୍ବର-୨୩୩ ସରକାରୀ ସଂରକ୍ଷିତ ଗୋଚର ଜମିକୁ ପଡୋଶୀ ସାଇଁଟୋଳ ଗ୍ରାମର ନଟବର ସ୍ୱାଇଁଙ୍କ ପୁଅ ବସନ୍ତ ସ୍ୱାଇଁ ଜବରଦଖଲ କରି ଗଛବୃଛ ପକାଇ ଆବଦ୍ଧ କରିଛନ୍ତି।ଗୋଚର ଜମିକୁ ଆବଦ୍ଧ କରିବାରୁ ଗ୍ରାମବାସୀମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇ ଏରସମା ତହସିଲରେ ଅଭିଯୋଗ କରିଥିଲେ। ଏରସମା ତହସିଲ ପକ୍ଷରୁ କଥିତ ଜମି ମାପଚୁପ କରାଯାଇ ଜମି ଚିହ୍ନଟ କରାଯିବା ସହ ଜବରଦଖଲକାରୀକୁ କ’ଖ’ନୋଟିସ କରାଯିବା ସହ ଏକ ହଜାର ଟଙ୍କା ଜୋରିମାନା କରାଯାଇଥିଲା।ନିର୍ଦ୍ଧିଷ୍ଟ ତାରିଖ ସୁଦ୍ଧା ଜବରଦଖଲ ଉଛେଦ ପାଇଁ ତହସିଲ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା।ମାତ୍ର ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ତହସିଲ ପ୍ରଶାସନ ଜବରଦଖଲ ଉଛେଦ କରୁନାହାଁନ୍ତି।ଏହି ଘଟଣା ସମ୍ପର୍କରେ କେନ୍ଦୁରୀଶାଳ ଗ୍ରାମବାସୀଙ୍କ ପକ୍ଷରୁ ଜଗତସିଂହପୁର ଜିଲ୍ଲାପାଳ, ଆରଡିସି,୫ଟିସଚିବଙ୍କୁ ଅଭିଯୋଗ କରାଯିବା ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏରସମା ତହସିଲ କାର୍ୟ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି।ତହସିଲ ପ୍ରଶାସନ ଜବରଦଖଲକାରୀକୁ ଘଣ୍ଟ ଘୋଡାଉଥିବା ଅଭିଯୋଗ କରି ଯେପର୍ୟ୍ୟନ୍ତ ଜବରଦଖଲ ନହଟିଛି ସେପର୍ୟ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।ଅନ୍ୟ ପକ୍ଷରେ ଏରସମା ତହସିଲଦାର ଘଟଣା ସମ୍ପର୍କରେ ଗଣମାଧ୍ୟମ ଆଗରେ ମୁହଁ ଖୋଲୁନାହାଁନ୍ତି।
ଜବରଦଖଲକାରୀକୁ ଘଣ୍ଟ ଘୋଡାଉଛି ତହସିଲ ପ୍ରଶାସନ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







