କନ୍ଧମାଳ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ପୁସଙ୍ଗିଆ ଅଞ୍ଚଳର ଜଣେ ୨୧ ବର୍ଷିୟ ଯୁବକ ସନ୍ତୋଷ କୁମାର ପାତ୍ର ଗତ ୩ ବର୍ଷରୁ ବେଙ୍ଗାଲୁରୁରେ ରହି କାମ କରୁଥିଲେ । ଦୁର୍ଭାଗ୍ୟବଶତଃ ଗତ ୧୪ତାରିଖରେ ତାଙ୍କର ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ପରିବାରରେ ତାଙ୍କର ବାପା, ମା’ ଓ ସାନ ଭାଇ ଅଛନ୍ତି, ଯେଉଁମାନେ ମୂଲ ଲାଗି ନିଜ ଘର ଚଳାନ୍ତି । ପୁଅର ଅଚାନକ ମୃତ୍ୟୁରେ ପରିବାର ବର୍ଗ ଦୁଃଖରେ ଭାଙ୍ଗି ପଡ଼ିଥିଲେ ଓ ଶେଷ ମୁହୂର୍ତ୍ତରେ ପୁଅର ମୁହଁ ଦେଖିବା ପାଇଁ ବ୍ୟାକୁଳ ହେଉଥିଲେ । ଏହି ଦୁଃଖଦ ଖବର ବିଷୟରେ ଓଡ଼ିଶା ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଶ୍ରୀ ବିଜୟ ନାୟକ ଜାଣିବା ପରେ ଓଡ଼ିଶା- ପରିବାରକୁ ଅବଗତ କରାଇଥିଲେ । ଏହାପରେ ଓଡ଼ିଶା- ପରିବାରର ନିର୍ଦ୍ଦେଶକ ଶ୍ରୀ ଦିଲ୍ଲୀପ ରାଉତରାୟଙ୍କ ଓ.ଏସ୍.ଡ଼ି ଶ୍ରୀ ଲକ୍ଷ୍ମୀଧର ବେହେରା ଓଡ଼ିଶା-ମୋ ପରିବାରକୁ ସୂଚନା ଦେଇଥିଲେ । ଏହାପରେ ଓଡ଼ିଶା-ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ଆବଶ୍ୟକୀୟ ପ୍ରକ୍ରିୟାରେ ସଂଯୋଜନା କରାଯାଇଥିଲା ଏବଂ ଉଭୟ ଅନୁଷ୍ଠାନର ଟିମ୍ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଉପସ୍ଥିତ ରହି ସନ୍ତୋଷଙ୍କ ମୃତଶରୀରକୁ କନ୍ଧମାଳସ୍ଥିତ ନିଜ ବାସଭବନକୁ ପଠାଇବାର ବ୍ୟବସ୍ଥା କରିଥିଲେ । ଶେଷରେ ଓଡ଼ିଶା- ପରିବାର ପକ୍ଷରୁ ସମସ୍ତ ଯାତାୟାତ ଖର୍ଚ୍ଚ ବହନ କରାଯିବା ସହିତ ସମଗ୍ର ପ୍ରକ୍ରିୟାକୁ ଓଡ଼ିଶା- ମୋ ପରିବାର ସଂଯୋଜନା କରିଥିଲା । ଏହିପରି ନିରନ୍ତର ଭାବେ ଅସହାୟ ଲୋକଙ୍କ ସହାୟତା ପାଇଁ ଓଡ଼ିଶା- ପରିବାର ଏବଂ ଓଡ଼ିଶା-ମୋ ପରିବାର ସରକାରଙ୍କ ସହ ସମନ୍ଵୟ ରକ୍ଷା କରି କାର୍ଯ୍ୟ କରୁଛି ।
ଜନ୍ମମାଟିରେ ପହଁଚିଲା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଶ୍ରମିକଙ୍କ ମୃତଦେହ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











