ନୟାଗଡ : ୧୦୦ରୁ ଅଧିକ ଲୋକ ଏବେ ଜଣ୍ଡିସ ରୋଗରେ ଆକ୍ରାନ୍ତ । ପିଲାଠୁ ବୁଢା ସମସ୍ତେ ଆକ୍ରାନ୍ତ । ହସ୍ପିଟାଲ ଗଲେ ବି ଭଲ ହେଉନି । ଏ ନେଇ ଭୟଭୀତ ହୋଇପଡିଛନ୍ତି ସ୍ଥାନୀୟ ଲୋକେ । ନୟାଗଡ ଜିଲ୍ଲା ସୀମାନ୍ତ ପଞ୍ଚାୟତ ଚାନ୍ଦପୁର ଓ ଜେମାଦେଇପୁର ଗାଁରେ ବ୍ୟାପିଲାଣି ଜଣ୍ଡିସ ରୋଗ । ଲୋକମାନେ ସଚେତନ ହେବା ପାଇଁ ବିଭିନ୍ନ ପ୍ରକାରର ସଚେତନତା ନାରା ଦେଇ ବୁଲୁଛି ପ୍ରଚାର ଗାଡି । ଗାଁ ମଝିରେ ପିଲା ଠାରୁ ବୁଢ଼ା ଜଣଙ୍କ ପରେ ଜଣଙ୍କର ଚାଲିଛି ପରୀକ୍ଷା ନିରୀକ୍ଷା । ଏହା ସହ ସ୍ବାସ୍ଥ୍ୟ ବିଭାଗ ତରଫରୁ ରକ୍ତ ଓ ଜଳ ନମୁନା ସଂଗ୍ରହ କାର୍ୟ୍ୟ ମଧ୍ୟ ଚାଲିଛି । ବହୁଦିନ ଧରି ଏହି ଜଣ୍ଡିସରେ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ଶିଶୁ ମହିଳା ଓ ପୁରୁଷ ଆକ୍ରାନ୍ତ ହୋଇ ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଛନ୍ତି । ପାନୀୟ ଜଳରୁ ଏହି ଜଣ୍ଡିସ ରୋଗ ବ୍ୟାପୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇ ଜଣେ ମହିଳାଙ୍କ ଜୀବନ ଚାଲି ଯାଇଛି । ମୃତ ମହିଳାଙ୍କ ନାମ ପୁଷ୍ପା ସାହୁ ବୟସ ୩୦ । ସେ ଚାନ୍ଦପୁର ଗାଁର ବୋଲି ଜଣାପଡ଼ିଛି । ସେ ବିବାହିତ ଓ ତାଙ୍କର ଗୋଟିଏ ଛୋଟ ପୁଅ ଥିବା ଜଣା ପଡିଛି ।
ଜଣ୍ଡିସ ରୋଗରେ ଆକ୍ରାନ୍ତ ୧୦୦ରୁ ଅଧିକ ଲୋକ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











